ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଭୋଦୁଅ ରାଣୀ

ଲେଖା : ପ୍ରଭାତ ନଳିନୀ ସାହୁ

ଭୋଦୁଅ ରାଣୀ
ନିଆରା ଠାଣି
ଚିକିମିକି ଖରା
ତା ସାଥେ ପାଣି।
ଟିକିଏ ଖରା
ଟିକିଏ ଛାଇ
ମାଟି ମା ଛାତିରେ
ପହଁରେ ଯାଇ।
କାଶତଣ୍ଡୀ ଟି
ମୁଁହ କାଢେ ଟି
ଧୋବ ପଣତ ତା
ବଢିଯାଏ ଟି।
ହରଗଉରା
ଦିଶଇ ତୋରା
ଖୁଦୁରୁକୁଣୀର
ସାଥି ସେ ପରା।
ଟୁବି ଗଡିଆ
ଦିଶେ ବଢିଆ
ନାଲି,ଧଳା କଇଁ
କରେ କିମିଆଁ।
ଭୋଦୁଅ ମାସେ
ଶରତ ଆସେ
ଖୁସିର ପସରା
ମେଲେଇ ବସେ।

ଆର୍,ପି,,୬୭..ପାଣ୍ଡବ ନଗର
ଟଙ୍କପାଣି ରୋଡ୍,ବଡଗଡ ବ୍ରିଟ୍ କଲୋନୀ
ଭୁବନେଶ୍ବର,,୧୮

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion