ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମରତେ ଆସଇ ଶରତ

ଲେଖା : କୈଳାସ ଚନ୍ଦ୍ର ଧଳ

ଧାରା ଶିରାବଣ ମାସ ଶେଷ ପରେ
ମରତେ ଆସଇ ଶରତ
ନିରିମଳ ଶୋଭା କେଡେ ମନଲୋଭା
ରୁଚିର ଦିଶଇ ଜଗତ |

ସବୁଜ ପଣତେ ହସଇ ଧରଣୀ
କାଶତଣ୍ଡୀ ଫୁଲ ଧବଳ
ଦୋଳି ଖେଳୁଥାଏ ପବନ ଦୋଳିରେ
ବିଲ ବଣ ଦିଶେ ଶ୍ୟାମଳ |

ଭାସି ବୁଲୁଥାଏ ଧଳା ମେଘ ଖଣ୍ଡ
ଆନନ୍ଦେ ସୁନୀଳ ଅମ୍ବରେ
କଅଁଳ ଖରାରେ ଘଷିମାଜି ହୋଇ
ଆଈ ଆସୁଥାଏ ଦମ୍ଭରେ |

ରାସ୍ତାଘାଟ ସବୁ ଶୁଖିଲା ଦିଶଇ
ନିରିମଳ ନଦୀ ଝରଣା
ମାଈ କାକରରେ ଭିଜି ଭିଜି ଯାଏ
ଗାଆଁ ଦାଣ୍ଡ ବାଡ଼ି ଅଗଣା |

କୁଳୁ କୁଳୁ ଗୀତେ ପାହାଡ଼ୁ ଝରଣା
ଝର ଝର ହୋଇ ଝରଇ
ଗୋଠଫେରା ଗାଈ ବେକରେ ଘାଗୁଡ଼ି
ମଧୁର ସ୍ୱରରେ ବାଜଇ |

ମାଆ ଦଶଭୁଜା ଗଜ ବାହାନରେ
ଓହ୍ଲାଇ ଆସନ୍ତି ମରତେ
ଚାରିଆଡେ ଖାଲି ପାର୍ବଣ ପାର୍ବଣ
ଶୋଭାରାଣୀ ହସେ ଶରତେ |

ସମ୍ପାଦକ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ, ଫୁଲବାଣୀ -762001
ମୋବାଇଲ – 8895119944

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion