ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ହସ

ଲେଖା : ଡଃ ସ୍ୱର୍ଣ୍ଣ ଲତା ତ୍ରିପାଠୀ

ଶିଶୁ ହସିଲେ ଦୁନିଆଁ ହସେ
ସବୁରି ମୁଖରେ ହସ,
ହସିଲେ ଖୁସି ଆନନ୍ଦ ମିଳେ
ଜୀବନ ମଧୁ ସରସ ।
ହସି ହସାଇବା ବୁଦ୍ଧି ଖଟାଇବା
ନିର୍ମଳ କରିବା ମନ,
ମନ ଖୋଲା ହସ ଝଲକର ଭାବ
ଶିହରଇ ମନ ପ୍ରାଣ ।
ନିର୍ମଳ ବିଚାର ଶୁଦ୍ଧ ସାକାର
ହସ ମନ ପ୍ରଫୁଲ୍ଲତା,
ଶରୀର ଶିଥିଳ ମନକୁ ହାଲୁକା
ସହଜରେ ସରସତା ।
ସ୍ବାସ୍ଥ୍ୟ ପାଇଁ ଭଲ ମନ ଖୋଲା ହସ
ମାଗଣା ଟନିକ୍ ଭଳି,
ସହଜରେ ମିଳେ ସବୁଠାରେ ମିଳେ
ହସ ଏକ ଶକ୍ତିଶାଳୀ ।
ହସ ମହୋଷଧି ସ୍ୱାସ୍ଥ୍ୟର ଉନ୍ନତି
ରୋଗର ପ୍ରତିରୋଧକ,
ନିଜର ସୁରକ୍ଷା ଶକତି ସହାୟ
ସୁନ୍ଦର ମଧୁ ମହକ ।
ସୁଯୋଗ ପାଇଲେ ହସି ହସାଇଲେ
ଦୀର୍ଘାୟୁ ହେବ ଜୀବନ,
ହସାଇବା ବ୍ୟକ୍ତି ଶକତି ତା` ମତି
ଖୁସି ଆନନ୍ଦ ସକ୍ଷମ ।
ଥଟ୍ଟା,ମଜ୍ଜା ହସ କେବେ ଲଜ୍ଜା ହସ
ମୁରୁକି ହସ ହସିବା,
ଭାବରେ ଅନେକ ବାରତା ଦେଇକି
ହସ ଦୁନିଆଁ ବାଣ୍ଟିବା ।

(ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ)
ମଣ୍ଡଳ ସହ ଶିକ୍ଷା ଅଧିକାରୀ ପୁରୀ ସଦର ବ୍ଲକ୍,ପୁରୀ,କୋଣାର୍କ।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion