ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଧୀର ପାଣି ପଥର କାଟେ

ଲେଖା : ନୀଳମଣି ଚାନ୍ଦ

ଛନଛନିଆ ଘାସ ଉପରେ
କନକନ ସେ ହୋଇ
ଡେଇଁଡେଇଁକି ଠେକୁଆ ଚାଲେ
ପାଦକୁ ଥୋଇ ଥୋଇ।

ତା`କାନ ହୁଏ ହଲ୍ ହଲ୍
ଦେଖିଛ ଯଦି କୁହ
କେତେ ବୁଦ୍ଧିଆ  ସେଇ ଠେକୁଆ
ତାଠୁଁ ଶୁଣିବ ରୁହ ।

ଭାବି ଭାବିକା କହିଲା ସିଏ
ଧୀର କଇଁଛ ଚାଲି
ତା`ସାଙ୍ଗେ ହେଲା ଦଉଡ଼ ଗୋଟେ
ଲାଗେ ଯେମିତି କାଲି ।

ଦଉଡ଼ ମାରି ସେ ଆଗ ଗଲା
ବିଶ୍ରାମ ଟିକେ ନେଲା
ପ୍ରଥମ ହେବ ନିଶ୍ଚୟ ସିଏ
ମନରେ ଭାବି ନେଲା।

ଗଲା ନିଘୋଢ଼ ନିଦରେ  ଶୋଇ
ଦଉଡ଼ କଥା ଭୁଲି
ଉଠି ଦେଖିଲା  କଇଁଛ ନାହିଁ
ପଛକୁ ଯେବେ ବୁଲି ।

ଥିଇରି ଥିରି କଇଁଛ ଯାଇ
ଗଲା ଯେ ଟପି ବାଟ
ଲକ୍ଷ୍ୟ ସ୍ଥଳକୁ ଆଗ ଛୁଇଁଲା
ଶିଖେଇ ଦେଲା ପାଠ।

ଧୀର ପାଣି ପଥର କାଟେ
ଶିଖିବା ଆସ ଆମେ
ଠେକୁଆ ଗପ ସେଇଠି ସାରି
ଚାଲିଲା ନିଜ କାମେ ।

ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭ 

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion