ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବାପା

ଲେଖା : ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ

ବାୟୁ ପାଣି ବିନା କେ ବଞ୍ଚି ପାରିବ
ଏହି ସଂସାର ରେ କୁହ,
ଯାହା ପାଇଁ ଜୀବ ଧରିଛି ଜୀବନ
ବଞ୍ଚାଇଛି ନିଜ ଦେହ l

ସଭିଙ୍କ ପାଇଁ ଯେ ସେତ ସଂଜୀବନୀ
ଜନମ ରୁ ମୃତ୍ୟୁ ଯାଏ,
ନିତି ପ୍ରତି ରହି ଆମ ଦେହ ସାଥେ
ଜୀବକୁ ବାଟ ବତାଏ l

ବାୟୁ ପାଣି ପରି ଆମରି "ବାପା" ଯେ
ନିଜ ସ୍ନେହ ଶରଧା ରେ,
ବଢାଇ ଥାଆନ୍ତି ନିଜର ପିଲାଙ୍କୁ
ସାହା ହୋଇ ବିପଦ ରେ l

ନିଜ ଜୀବନ ରେ ସହି ଦୁଃଖ କଷ୍ଟ
ପିଲାଙ୍କ ମଙ୍ଗଳ ପାଇଁ,
ନିଜେ ଖଟି ନିତି ଦିଅନ୍ତି ଆହାର
ନିଜର ପିଲାଙ୍କୁ ନେଇ l
ଦୀପ ରେ ସାଳିତା ପରି ଜଳି ଜଳି
ଦେଖାଇ ଥାଆନ୍ତି ବାଟ,
ବାପା ଗଲା ପରେ ପିଲାଙ୍କୁ ଦିଶଇ
ଅନ୍ଧାର ସାରା ଜଗତ l

ଯଦୁ - ମାଳତୀ କୃପା ନିବାସ,
ଶକ୍ତି ବିହାର / ବାଲିପଡ଼ା, ପୋଷ୍ଟ - ଗୌଡଗୋପ,
ଭାୟା - ନିଶ୍ଚିନ୍ତକୋଇଲି, ଜି - କଟକ -୭୫୪୨୦୭
ମୋ –୭୬୦୯୦୪୪୩୮୩

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

03-10-2025 / 13:49:23

ଖୁବ୍ ସୁନ୍ଦର ଲାଗିଲା କବିତା ଟି

ଜୟକୃଷ୍ଣ ସାହୁ

03-10-2025 / 11:02:28

ବାପା ମାଆ ପରି ଦୁନିଆଁରେ ଆଉ କିଏ ଅଛି? ଅତି ସୁନ୍ଦର କବିତା। ଧନ୍ୟବାଦ ପ୍ରଫୁଲ୍ଲ ଵାଵୁ।

Govinda Chandra Tripathy

01-10-2025 / 12:36:51

ସୁନ୍ଦର୍ ଲେଖା ଭାଇ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion