ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସରଗେ ଉଇଁଛି ଜହ୍ନ

ଲେଖା : ଅଧ୍ୟାପକ ଶ୍ରୀ ଶରତ କୁମାର ଦାସ

ପୋଖରୀରେ ପରା ଫୁଟିଲାଣି କଇଁ
ସରଗେ ଉଇଁଛି ଜହ୍ନ,
ଜହ୍ନ ଧରିବାକୁ ଗୁଡୁଲ୍ ବାବାର
ମନ ଖାଲି ଛନଛନ । 

ତରବରେ ଯାଇ କହିଲା ମାଆକୁ
ଆଣି ଦିଏ ଜହ୍ନ ମୋତେ,
ଖେଳିବି ତା` ସାଥେ ହେବିନି ଚଗଲା
କହୁଛି ସତ ମୁଁ ତୋତେ ।

ହସିହସି ମାଆ କହିଲେ ପୁଅକୁ-
ବହୁ ଦୂର ତାଙ୍କ ଘର,
ବାଟ ତ ଜାଣିନି କେମିତି ଯିବି ମୁଁ
ଲାଗେ ମୋତେ ଭାରି ଡର ।

ଆମେ ସବୁ ତଳେ ସେ ପରା ଉପରେ
ଜହ୍ନିଫୁଲ ପରି ମୁହଁ,
ଦେଖିଦେଲେ ଥରେ ଚେହେରା ତାଙ୍କର 
ବହେ ତ ଖୁସିର ସୁଅ ।

କିଏ ଡାକେ ତାଙ୍କୁ ଜହ୍ନମାମୁ ପୁଣି
କେ କହେ ଚାନ୍ଦ ବା ଇନ୍ଦୁ,
ଧୋବଧଉଳିଆ ଚିକିମିକି ଦିହ
ଜୋଝନାର ମହାସିନ୍ଧୁ ।

ଦିନ ସରିଗଲେ ସଂଜ ଆସିଗଲେ
ଆସନ୍ତି ଆକାଶେ ସିଏ,
ଅଜାଡ଼ି ଦିଅନ୍ତି ଶୀତଳ ପରଶ
(ସେ) ଉପକାରୀ ବନ୍ଧୁଟିଏ ।

ମାଆଙ୍କର କଥା ଶୁଣି ତ ଗୁଡୁଲ୍
ମନେ ଭାରି ଖୁସି ହେଲା,
ବଡ଼ହେଲେ ହେବ ଜହ୍ନପରି ସିଏ
ମାଆଙ୍କୁ ସେ କଥାଦେଲା ।

ମନ ତା`ର ହେବ ସ୍ବଚ୍ଛ ନିରିମଳ 
ଜନ ହିତେ ହେବ କାମ,
ଜ୍ଞାନର ଆଲୋକ ସରାଗରେ ଢାଳି
ରଖିବ ଦେଶର ନାମ ।


ବିଭାଗ ମୁଖ୍ଯ, ରାଜନୀତି ବିଜ୍ଞାନ ବିଭାଗ 
ବଡ଼ବିଲ ମହାବିଦ୍ୟାଳୟ, ବଡ଼ବିଲ 
ଜିଲ୍ଲା-କେନ୍ଦୁଝର 
ମୋ-୮୨୪୯୧୩୭୦୯୧

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

03-10-2025 / 13:47:15

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion