ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ରେଳଗାଡି ମୋ ନାମ

ଲେଖା : ଅନନ୍ତ କୁମାର ସେନାପତି

ଛୁକ ଛୁକ ହୋଇ ଶବଦ କରେ
ରେଳଗାଡି ମୋ ନାମ,
ନାନା ଯାତିରି କୋଳରେ ଧରି
ଆଗେ ଧାଇଁବା କାମ       ।

ଯେଉଁଠି ମୋତେ ଇସାରା ଅଛି
ଅଟକି ଥାଏ ସେଠି,
ହେଉ ଗରମ ଅବା ବରଷା
ଖୋଲେନି କେବେ ପାଟି        ।

ଶୀତଳ ଘରେ ଯୋଗାଇ ଥାଏ
ତକିଆ ଆଉ ଗଦି,
ପାଣି, ବିଜୁଳି, ନ କରେ ଊଣା
ସିନେହେ ରଖେ ବାନ୍ଧି         ।

ବିନା ଟିକଟେ ଚଢିଛି ଯିଏ
ଦେଇଛି ଜୋରିମାନା,
ଏପରି କାମ କରିବା ପାଇଁ
ରେଳ ବିଭାଗୁ ମନା           ।

ଗଢ଼ିଛି ଯିଏ ଯତନ କରି
ସିଏ ମୋ ବାପା ମାଆ,
ତାଙ୍କ ଆଦେଶ ମାନି ଚାଲିଲେ
ଦୁଃଖ ଆସିବ କିଆଁ            ।

କାହାରି ମନେ ଦେବିନି ଦୁଃଖ
ସବୁରି ସୁଖ ଚାହେଁ,
ଅସନା କେବେ କରିବ ନାହିଁ
ସଫା ରେ ସୁଖ ପାଏ          ।

ନିୟମ ମାନି ଚଲାଉ ଥିଲେ
ଦୁଃଖ ଆସିବ ନାହିଁ,
ରେଳ ଯାତରା ହେବ ସଫଳ
ସୁଖ ସବୁରି ପାଇଁ            ।

ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼
ଫୋନ   7008304225

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

03-10-2025 / 13:44:48

ଖୁବ୍ ସୁନ୍ଦର ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion