ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସିସିଟିଭି ନେଲା ଫୋଟୋ

ଲେଖା : ନିରୂପମା କବି

ମୁହଁ ଅନ୍ଧାରୁଆ ହୋଇଥିଲା ଦିନେ
ନ ଥିଲା ବିଜୁଳି ବତୀ
ଛପି ଛପି କିନା ବୁଢା ବାଘ ଟିଏ
ଆସୁଥିଲା ଗାଁ କତି
ଫାଂପୁଳି ବିଲେଇ କନ କନ ହୋଇ
ଏ ଘର ସେଘର ପଶି
ଖୋଜି ବୁଲୁ ଥିଲା କ୍ଷୀର କି ଆଇଁ ଶ
ପାଇଲେ ଦିଅନ୍ତା ଚାଖି
ଭେଟ ହୋଇ ଗଲା ବାଘ ବିଲେଇର
ଗାଁ ବର ଗଛ ତଳେ
ଦୁକୁ ଦୁକୁ ଦୁକୁ ହେଉ ଥିଲା ଛାତି
ତଥାପି ଫାଂପୁଳି ବୋଲେ
ପୁତୁରା ରେ ଆଜି କେତେ ଦିନ ପରେ
ତୋ ସହ ହୋଇଲା ଭେଟ କେଡୁଟାଏ ତୁହି ହେଲୁଣି ରେ ଧନ
ଥିଲୁ ପରା ଏତେ ଛୋଟ
ବୋକା ଟାଏ ଭଳି ହସୁ ଥିଲା ବାଘ
ବିଲେଇ ମୁହଁ କୁ ଚାହିଁ
ଭାବୁ ଥିଲା ଏତେ ଛୋଟ ବାଘ
କେବେ ଆଗରୁ ତ ଦେଖି ନାଇଁ
ମୁହାଁ ମୁହିଁ ହୋଇ ଛିଡା ହୋଇ ଥିଲେ
ହଠାତ ମାରିଲେ ଧାଁ
ସିସିଟିଭି ଟା ରେ ଉ ଠୂ ଥିଲା ଫୋଟୋ
ଗୋଟାଏ ପଛକୁ ଗୋଟା


ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

02-10-2025 / 22:08:03

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion