ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଵଳୁଆ ଯେ ଦୟାଳୁ ସେ

ଲେଖା : ଶରତ କୁମାରୀ ସ୍ଵାଇଁ

ଚୁନା ଚୁନା ନୀଳଢେଉ
ସୁନା ରଙ୍ଗ ଉଡେଇ
ଆକାଶର ଵୁକୁ ଛୁଇଁ
ଉଡେ ଟିକି ଚଢ଼େଇ।
ପବନର ସୁଅ କାଟି
ଡେଣା ଦୁଇ ହଲେଇ
ଅଳସରେ ବସେ ନାହିଁ
ସଦା ଘୁରି ଵୁଲଇ।
ଖସି ମନେ ଦିନେ ଯେଵେ
ଯାଉଥିଲା ଆଗେଇ
ସୁଉ ସୁଉ ପବନ ଟା
ମୁହଁ ଟାକୁ ରଗେଇ
କହିଲା "କେଡେ ସାହାସ
ମୋଠି ଧକ୍କା ଲାଗୁଛୁ
ମୋ ପାଶେ ତୁ କେଡ଼େ ଛୋଟ
ନିଜେ କେବେ ଦେଖିଛୁ?`
ଚାହିଁଲେ ଉଡେଇ ନେଵି
ବୁଦ୍ଧି ଦେବି ଶିଖେଇ `
ଟିକି ଚଢ଼େଇ କହିଲା-
ଦେଲନିତ ରଖେଇ,
ବସା ଭାଙ୍ଗି ହିଂସା କଲ
ଯାଉଥିଲି ପଳେଇ
ଆଦରରେ ପରବତ
ନେଲା ମୋତେ କୋଳେଇ।
ପରବତ ସେ,ମହତ
କରେନାହିଁ ଲଢେଇ
ଵଳୁଆ ଯେ ଦୟାଳୁ ସେ
ନଥାଏ ତା ବଡେଇ।`
------+++-----

୫୫୪/୧୯୬୫ ଶ୍ରୀଵିହାର
ପୋ,- ପଟିଆ ଭୁବନେଶ୍ଵର -୩୧
ଫୋନ୍ -୯୯୩୭୫୯୨୭୩୯

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

02-10-2025 / 22:05:16

ଖୁବ୍ ସୁନ୍ଦର ଲାଗିଲା

ନିରଞ୍ଜନ ସାହୁ

01-10-2025 / 21:35:27

ସୁନ୍ଦର ଉପସ୍ଥାପନା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion