ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଅତୁଲ ସୁନ୍ଦର ଦାନ

ଲେଖା : ଲକ୍ଷ୍ମୀଧର ନାୟକ

ଆସିଛି ଶରତ ଆମ ଏ ମରତ
ପାର୍ବଣର ଋତୁ ଇଏ,
ଶ୍ବେତ କାଶତଣ୍ଡି ଏ ଋତୁ ଏରୁଣ୍ଡି
ଆସିବା ସୂଚନା ଦିଏ ।

ଗହୀରମଥାରେ ନଈ ପଠା ପରେ
ରାସ୍ତା ଘାଟ ଦୁଇ ପାଶେ,
ଭାରି ମନ ଲୋଭା ପ୍ରକୃତିର ଆଭା
କାଶତଣ୍ଡି ପାଇଁ ଦିଶେ ।

ଲାଗେ ଶ୍ବେତ ଶାଢ଼ୀ ହୋଇଅଛି ଘୋଡି
ଧରଣୀ ମାଆ ତା ଦେ‌ହେ,
ଏମିତି ତା ରୂପ ଥରେ ଦେଖେ ଯିଏ
ନଜର ଅଟକି ରହେ ।

ଜଗତ ଜନନୀ ଆଗମନ ଜାଣି
ଚାମର ହଲାଏ ସିଏ,
ପବନରେ ଝୁଲି ଗୀତ ଗାଏ ଫୁଲି
ତା`ପରି ହେବରେ କିଏ ?

ତାକୁ ଯେ ଦେଖିଚି ଭୁଲି କି ପାରିଛି
ସ୍ବତନ୍ତ୍ର ତାହାର ସ୍ଥାନ,
ଶରତ କାଳରେ ଧରଣୀ କୋଳରେ
ଅତୁଲ ସୁନ୍ଦର ଦାନ ।


ବାଉଁଶିଆପଡା, ନୟାଗଡ଼
୮୨୭୦୩୭୨୪୯୮

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

02-10-2025 / 21:59:07

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion