ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବରଷା ପାଗକୁ କୁନି ପୁଅଟି

ଲେଖା : ଉମାକାନ୍ତ ବେହେରା

ବରଷା ପାଗରେ କୁନି ପୁଅଟି
ମା`କୋଳରୁ ସେ ପାଉନି ଛୁଟି
କେଉଁଠି ଖେଳିବ ଯାଇ
ଓଦା ପିଣ୍ଡା ପୁଣି ଗୋବର ଲିପା
ମାଆ ମନ ମାନୁନାହିଁ l

ଭିତର ପିଣ୍ଡା ଟା କଣରେ ଚୁଲି
ଜାଳ କାଠ ସବୁ ରହିଚି ପୁରି
ଖେଳୁ ଖେଳୁ ବାଜି ଗଲେ
ଶାଶୁ ଶଶୁର ମୋ ଚିହିଁକି ଉଠିବେ
ଛୁଆର କାନ୍ଦ ଶୁଣିଲେ l

ଘରବୋଲି ମୋଟେ ଦୁଇ ବଖରା
ଏଣୁ ତେଣୁ କେତେ ଜିନିଷ ଭରା
ଗୋଟେ ବଖାରରେ ଭାଡ଼ି
ଭାଡ଼ିରେ ରହିଛି ଧାନ ଓଳିଆ
ଖଟଗୋଟେ ଅଛି ପଡି l

କେଉଁଠି ଚାଲୁଣି କେଉଁଠିକୁଲା
ନାଳିଆ,ପାଛିଆ, ଚାଲୁଣି, ଡାଲା
କେଉଁଠି ଖେଳିବ ପୁଅ
ଫିଙ୍ଗି ଫାଙ୍ଗି ସବୁ ଅସନା କରିବ
କେତେ ସଜାଡ଼ିବି କୁହ l

କାଖରେ କୋଳରେ ରହୁନି ମୋଟେ
ଖେଳିବାକୁ ଖାଲି ଗୋଡ଼କୁ ଛାଟେ
ତଳେ ଦେଲେ ଟିକେ ଛାଡି
କଅଁଳ ପାଦରେ ଠୁକୁ ଠୁକୁ କରି
ଦୁଆରକୁ ଯାଏ ମାଡି l

ଛାଡିଯା ବରଷା ଦିନେ ଓଳିଏ
ସୁରୁଜ ଆଲୁଅ ପଡୁ ଘଡିଏ
କୁନି ପୁଅ କାଖ ହୋଇ
ବାଡ଼ିଘର ଟିକେ ଆସିଲେ ବୁଲି
ଶାନ୍ତିରେ ପଡିବ ଶୋଇ l
***

ସ୍ବପ୍ନସ୍ମୃତି, ଶ୍ରୀହରିବିହାର, ଗହ୍ମାରିଆ,
କେନ୍ଦୁଝରଗଡ଼

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

02-10-2025 / 21:57:16

ଖୁବ୍ ସୁନ୍ଦର ଲାଗିଲା କବିତା ଟି

ସ୍ୱର୍ଣ୍ଣଲତା ତ୍ରିପାଠୀ

02-10-2025 / 20:01:54

ବହୁତ୍ ସୁନ୍ଦର ଶିଶୁ କବିତା ।

ଲକ୍ଷ୍ମୀକାନ୍ତ ଦଳେଇ

01-10-2025 / 11:55:25

ସୁନ୍ଦର କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion