ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଗଛ ପରି ମୋତେ କର

ଲେଖା : ଘନଶ୍ୟାମ ବୋଇତେଇ

ପରାଣେ ଜଗାଅ ଗୋଟିଏ ବାସନା
କରିବି ମଣିଷ ସେବା
ଜୀବନେ ରଖ ମୋ ଗୋଟିଏ କାମନା
ଅଳପେ ସନ୍ତୁଷ୍ଟ ହେବା ।।
ଦୁଇ ହାତେ ଦିଅ ଶକତି ଠାକୁର
ହସାଇବି ରଙ୍କି ଦୁଃଖୀ
ଆଖି ଆଗେ ରଖ ଗୋଟିଏ ବାସନା
ଭଲ କାମ ଯାଏ ଦେଖି।।
ଅନ୍ୟାୟ ଅଶାନ୍ତି ଘୁଞ୍ଚାଇବା ପାଇଁ
ଦୃଢ଼ ମନୋବଳ ଦିଅ
ସତ୍ୟର ମଶାଲ ଜଳାଇ ଆଲୋକେ
ଭୟକୁ କରେ ମୁଁ ଜୟ।।
ନିଜ ପାଇଁ କିଛି ମାଗୁନି ଜଗାରେ
ଗଛ ପରି ମୋତେ କର
କଷଣ ସହିକି ଅପରେ ହସାଇ
ହୁଅନ୍ତୁ ଏ ଭବୁ ପାର।।


ଜନାର୍ଦ୍ଦନପୁରପାଟଣା
ରାମଚନ୍ଦ୍ରପୁର
ସାଇଁକୁଳ, କେନ୍ଦୁଝର-୪୩
ମୋ – ୯୯୩୭୫୨୩୩୭୪

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

02-10-2025 / 21:49:33

ଖୁବ୍ ସୁନ୍ଦର ଲାଗିଲା

ନିରଞ୍ଜନ ସାହୁ

01-10-2025 / 12:28:10

କ୍ଷୁଦ୍ର ହେଲେ ବି ଶିକ୍ଷଣୀୟ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion