ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମାଆ ହୁଅ ବାରେ ସାହାଗୋ

ଲେଖା : ଡ. ଲଷ୍ମୀକାନ୍ତ ଖୁଣ୍ଟିଆ

କଇଁ ଫୁଟିଲାଣି ପୋଖରୀ ପାଣିରେ
ଧଳାବଉଦର ମେଲଣ
ବାଡ଼ ଦେହେ ଥାଇ ଅପରାଜିତାଟି
ଆରମ୍ଭ କଲାଣି ଝୁଲଣ.
କାଶତଣ୍ଡୀ ଫୁଲ ନଈପଠା ପରେ
ମୁହଁକୁ ଦେଲାଣି ଦେଖେଇ
ନିରିମଳ ପାଣି ମାଠିଆରେ ଭରି
ଆଣୁଛି ଟୁକୁନି କାଖେଇ.
ସକାଳୁ ସକାଳୁ ଝରିପଡୁ ଅଛି
ଗଛ ମୂଳେ କେତେ ଶେଫାଳି
ଶରତ ଆସିବ ଧରାପରେ ପରା
ଜଣାଏ ବିହଗ କାକଳି.
ଯୁଦ୍ଧ ଘନଘଟା ତୁଟିଯାଇ ନାହିଁ
ଏବେ ବି ଚାଲିଛି ଲଢ଼େଇ
ନିରୀହ ଶିଶୁଏ ମରି ଶୋଉଛନ୍ତି
ଯାଉନାହିଁ ତାଙ୍କ ବଡେଇ.
ଆସ ଅବତରି ଏଇ ଧରାଧାମେ
ମାଆ ହୁଅ ବାରେ ସାହାଗୋ
ଆଶିଷ ବରଷ ଅଧମଜନରେ
କହିଦିଅ ଥରେ ଆହାଗୋ.
ଦୂର ହୋଇ ଯାଉ ଅଭାବକଷଣ
ଶାନ୍ତିର ପତାକା ଉଡ଼ାଇ
ଆଜିର ମଣିଷ ଛାଡ଼ିଦେଉ ତା`ର
ତୁଚ୍ଛା ଗର୍ବଦମ୍ଭ ବଡ଼ାଇ.

କ୍ୱାର୍ଟର ନମ୍ବର ଆଇ ଭି 50/1
ୟୁନିଟ -3, ଖାରବେଳନଗର
ଭୁବନେଶ୍ୱର 751001
ଭ୍ରାମ୍ୟଭାଷ :6372915418

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion