ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କେମିତି ହୁଅନ୍ତା ଏମିତି ହେଲେ

ଲେଖା : ହରିହର ଶୁକ୍ଳ

କୋଇଲି କରନ୍ତା କାଆ କାଆ ରାବ
କାଉ ଗାଉଥା`ନ୍ତା ମଧୁର ଗୀତ,
ସାପ ଓ ନେଉଳ ଡକାଡକି ହୋଇ
ଏକ ଆରେକର ସାଜନ୍ତା ମିତ;
କେମିତି ହୁଅନ୍ତା ଏମିତି ହେଲେ,
ଲୋଭୀ ସାହୁକାର ଭୋକୀଶୋଷୀ ଦେଖି
ଖୁସିମନେ ଦାନ ଦକ୍ଷିଣା ଦେଲେ!

କଖାରୁ ପରିକା ଅଙ୍ଗୁର ଫଳନ୍ତା
କଖାରୁ ଫଳନ୍ତା ଅଙ୍ଗୁର ପରି,
ସବୁଯାକ ପିଲା ପଢ଼ନ୍ତେ ହରଷେ
ନ ଗୋଟାଇ କେହି କାଗଜ, ଜରି;
କେମିତି ହୁଅନ୍ତା ଏମିତି ହେଲେ,
ଇଞ୍ଜିନ ଗାଡ଼ିକୁ ଆଗକୁ ନ ଟାଣି
ଜୋରରେ ଯଦି ପଛକୁ ଠେଲେ!

ମାଆକ୍ଷୀର ସବୁ ଦୁହିଁ ନ ନେବାକୁ
ବାଛୁରି ତାଆର କରନ୍ତା ଅଳି,
ଜାତି ଧରମକୁ ମନରୁ ପାସୋରି
ସଭିଏଁ ଚଳନ୍ତେ ନ କରି କଳି;
କେମିତି ହୁଅନ୍ତା ଏମିତି ହେଲେ,
ବଳ ହଟିଗଲେ ବାପାମାଆଙ୍କର
ପିଲାଏ ତାଙ୍କର ଯତନ ନେଲେ!

ବି-୧୦/୧୪୫, କେନ୍ଦ୍ରୀୟ ବିହାର
ପୋ:ତମାଣ୍ଡୋ, ଭୁବନେଶ୍ୱର-୨୮


ଫୋ:୯୮୬୮୮୦୫୯୯୬

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion