ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ହଜାଇବି ଦୁଃଖ ମୋର

ଲେଖା : ପ୍ରଶାନ୍ତ କୁମାର ଦାଶ

ହସିଵି ଖେଳିବି ନାଚିଵି ଗାଇଵି ଜୀଵନର ଦୁଃଖ ଭୁଲି
ଆଗାମୀର ଆଶା ମୁଖେ ମିଠାଭାଷା
ଗରଵେ ଉଠିବି ଫୁଲି ||

ଦେଖେ ଆଖି ମୋର ସଵୁଜ ସୁନ୍ଦର
ଗଛ ଲତା ପରିଵେଶ
ସଵୁଠୁ ସୁନ୍ଦର ଗାଆଁ ଭୂଇଁ ମୋର
ଜିଲ୍ଲା ଓ ରାଇଜ ଦେଶ ||

ମୋ ଆଖିରେ ଭରା ଆଖିଏ ସପନ
ନାଚିଉଠେ ଏଇ ମନ
ତୁଟିଚି ଅନ୍ଧାର ପଡିଛି ଜୋଛନା
ଉଇଁଚି ଆକାଶେ ଜହ୍ନ ||

ଜାଣେନାହିଁ ମୁହଁ କିଏ ସାତପର
କିଏବି ନିଜର ମୋର
ଧରଣୀ ଛାତିରେ ଗଢାତ ଗୋଟିଏ
ସରଗୁ ସୁନ୍ଦର୍ ଘର ||

ଦେଖେ ପ୍ରଜାପତି ଭଲପାଏ ଅତି
ଫୁଲକୁ କରଇ ଗେଲ
ବାସନା ବିତରେ ଗଛଡ଼ାଳେ ଝୁଲି
ନିତି ନିରିମାଖି ଫୁଲ ||

ବାପା ମାଆ ଭାଇ ଭଉଣୀ କରନ୍ତି
ସେନେହ ଆଦର ଗେଲ
କୋଳରେ ଵସାଇ ମତେ ଅଜା ଆଈ
କାହାଣୀ କହନ୍ତି ଭଲ ||

ଵିଧାତାଙ୍କ ହାତ ଗଢା କଣ୍ଢେଇ ମୁଁ
ଲାଗିବ କାମରେ ସଦା
ପାଇବାକୁ ସୁଖ ହଜାଇବି ଦୁଃଖ
ସହିବି ବିପଦ ବାଧା ||


କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ


ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ

ଅଧ୍ୟାପକ ଶରତ କୁମାର ଦାସ

01-03-2026 / 15:00:02

ବହୁତ ସୁନ୍ଦର ସୃଷ୍ଟି । ଧନ୍ୟବାଦ ଭାଇ। ଅସରନ୍ତି ଶୁଭେଚ୍ଛା ।

ଡ. ବିଜୟା ପାତ୍ର

01-03-2026 / 12:34:54

ଭଲ ଲାଗିଲା। ଆହୁରି ଲେଖନ୍ତୁ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion