ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଶୀତ ଟିକେ ଟିକେ ଆସିଲା

ଲେଖା : ବୃନ୍ଦାବନ କୁମ୍ଭାର

ଶୀତ ଟିକେ ଟିକେ ଆସିଲା
ଘାସରେ କାକର ବିନ୍ଦୁ ପଡ଼ି
ରପା ରଙ୍ଗପରି ଦିଶିଲା।
ସୁନା ରଙ୍ଗ ଧାନ ଦିଶିଲା
କ୍ଷେତ ରେ ପାଚି ସୁନ୍ଦର ରୂପେ
ଚଉଦିଗଶୋଭା ବଢ଼ିଲା।
ଶିଶୁ ଦିବସ ଟି ଆସିଲା
ବିଦ୍ୟାଳୟ ଠାରୁ ପୁର ପଲ୍ଲୀ
ନେହେରୁ ନାମଟି ଶୁଭିଲା।
କାର୍ତ୍ତିକ ମାସଟି ଆସିଲା
ସ୍ନାନ ଶଉଚରେ ନରନାରୀ ଙ୍କ
ହରି ନାମ ମୁଖେ ଭାଷିଲା।
ପ୍ରଥମାଷ୍ଟମୀ ଟି ଆସିଲା
ବଡ଼ପୁଅ ପାଇଁ ପୀଠାପଣା
ଘରଟି ମହକି ଉଠିଲା।
ଶୀତ ଟିକେ ଟିକେ ଆସିଲା
କ୍ଷେତରୁ ଖଳାକୁଧାନ ଆସି
ଘରକୁ ଯିବାକୁ କହିଲା।
ଶୀତ ଟିକେ ଟିକେ ଆସିଲା
ସକାଳରୁ ହୁଳହୁଳୀ ଡାକ
ଲକ୍ଷ୍ମୀ ପୂଜା ପାଇଁ କମ୍ପିଲା
ଶୀତ ଟିକେ ଟିକେ ଆସିଲା।

ଟିଟିଲାଗଡ଼ ବଲାଙ୍ଗୀର

୯୬୬୮୮୬୮୭୦୬

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

02-11-2025 / 21:16:38

ଋତୁ ବର୍ଣ୍ଣନା ଚମତ୍କାର ହୋଇଛି । କବିଙ୍କୁ ଅନେକ ଅନେକ ଅଭିନନ୍ଦନ । ପ୍ରଣାମ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion