ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଧାଡି ଭାଙ୍ଗନି ପିମ୍ପୁଡ଼ି ପରି

ଲେଖା : ସୁଜିତ କୁମାର ମିଶ୍ର

ସକାଳୁ ଉଠି କୁନା ଦେଖିଲା ଘରେ ପିମ୍ପୁଡି ଧାଡି,
ଭୟରେ ଯାଇ ଲୁଚିଲା ସିଏ
ସବୁ କାମକୁ ଛାଡି ।

ଖୋଜିଖୋଜିକା ବହୁତ ତାକୁ
ଜେଜୀ ମା କଲେ ଠାବ,
ବୁଝାଇ ଦେଲେ ପିମ୍ପୁଡି ନୁହେଁ
କେବେ କାମୁଡା ଜୀବ ।

ଧାଡିରେ ଥାନ୍ତି ପିମ୍ପୁଡି ଦଳ
ଯୁଦ୍ଧେ ସଇନ ପରି,
ଯେତେ ଭାଙ୍ଗିଲେ ପୁଣି ସେମାନେ
ହୋଇଯାଆନ୍ତି ଯୋଡି।

କର୍ମ ଚଞ୍ଚଳ ଥାଆନ୍ତି ପରା
ସେମାନେ ପ୍ରତିକ୍ଷଣ,
ଖାଦ୍ୟ ସଂଗ୍ରହ କରୁଥାଆନ୍ତି
ବିପଦ ଆଗୁ ଜାଣ ।

ପିମ୍ପୁଡି ସିନା ଜୀବଟେ ଛୋଟ
ମହତ ତାର ବହୁ,
ମନ ପ୍ରାଣରେ ଭରି ଦିଏ ସେ
ପ୍ରେରଣା ମିଠାମହୁ ।

ଧାଡି ଭାଙ୍ଗନି ପିମ୍ପୁଡ଼ି ପରି
ମାଡି ଚାଲୁଥ ପିଲେ,
ହୋଇବ ସୁଖୀ ତାପରି ତୁମେ
କରମ କରୁଥିଲେ ।

ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର


୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion