ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନଇଁବା ଭଲ

ଲେଖା : ଧ୍ରୁବ ଚରଣ ଘିବେଲା

ସୂରୁଯ ଉଏଁ ପୂରୁବ ଦିଗେ
ଟେକି ଦେଇକି ମଥା
ସୂରୁଯ ହସି କିରଣ ଛାଡ଼ି
ହସିକି କହେ କଥା I
ଦିନ ବାରଟା ହେଲେ ଆସିକି
ନୂଆଇଁ ଦିଏ ମଥା
ଖରାର ତେଜ ରହେନି ଆଉ
ନଥାଏ ଖରା ବ୍ୟଥା I
ଫଳ ଭାରରେ ନୂଅଁଇ ଧିରେ
ଫଳନ୍ତି ଗଛ ଯାହା 
ଜ୍ଞାନ ଥାଇକି ଗରଵୀ ହେଲେ
ଜ୍ଞାନର ମୂଲ୍ୟ ତୁଚ୍ଛା I
ଅସଲ ଜ୍ଞାନୀ ଫଳନ୍ତି ଗଛ
ପରିକା ଆଚରଣ
ନମ୍ର ରୁହନ୍ତି ବିନୟୀ ଥାନ୍ତି
ନଇଁ ଦେଖାନ୍ତି ଗୁଣ I
ମଥା ଟେକିକି କଥା ନକହି
କହନ୍ତି ଧିର ସ୍ଥିର
ମଥା ନୂଆଁଇ ଧିରେ ସେ କହି
ନମ୍ର ଭାବ ଜ୍ଞାନୀର I
ସବୁ କଥାରେ ମଥା ନୂଆଇଁ
କୁହନ୍ତି ଯିଏ କଥା
ଗୁଣୀ ଜ୍ଞାନୀରେ ହୁଅନ୍ତି ଗଣା
ଗୁଣ ସୁନ୍ଦର ଯଥା I
ବାପାମାଆଙ୍କ ଗୁରୁଜନଙ୍କ
ଆଗେ ନଇଁବା ଭଲ
ତାଙ୍କରି କଥା ମାନି ସର୍ବଦା
ଚଳିବା ସବୁ ବେଳ I 


ବଉଦରାଜ -762014, ଜି. ବୌଦ୍ଧ


ମୋ.9437478466

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

12-01-2026 / 18:56:37

ଭଲଲାଗିଲା।

ହରିପ୍ରିୟା ପଟ୍ଟନାୟକ

04-01-2026 / 23:40:08

ଭଲ ହେଇଛି କବିତାଟି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion