ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଅକଲ ମକଲ ଟକଲ‌ ଟିଆଁ

ଲେଖା : ନୀଳମଣି ଚାନ୍ଦ

ଅକଲ ମକଲ ଟକଲ‌ ଟିଆଁ
ପଢ଼ାବହି ଛାଡ଼ି ମାରନି ଡିଆଁ।
ଆଗ ପାଠପଢ଼ା ଖେଳଟି ପରେ
ସୁନାପିଲା ଶୁଣେ କହିଲେ ଥରେ।
ଆଜି କାମ ଆଜି ଦିଏରେ ସାରି
ବସେନାହିଁ କେବେ ମନକୁ ମାରି।
ଚଗଲ ମଗଲ ହୁଅଇ ନାହିଁ
କରେ ଭଲ କାମ ଦେଶର ପାଇଁ।
ଧିନିକି ଧିନିକି ଧିନିକି ଧିନା
ଅଛ ଯେତେ ମାନୀ ମାମୁନ୍ ମୀନା।
ବଡ଼ମଣିଷଙ୍କୁ ଆଦର୍ଶ କର
ଦେଶ ଜାତିପ୍ରୀତି ମନରେ ଭର।
ଗାନ୍ଧୀଙ୍କର ଯେଉଁ ସପନ ଥିଲା
ପୂରଣ କରିବେ ମୋ ଦେଶ ପିଲା।
ଦେଶକୁ ଆଗକୁ ଆଗେଇ ନେବେ
ଅନ୍ୟ ପାଇଁ ଉଦାହରଣ ହେବେ।

୨୭,ମନ୍ତ୍ରମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

12-01-2026 / 18:36:31

ସୁନ୍ଦର ନାନାଵାୟା ଗୀତ। ଭଲଲାଗିଲା।

ହରିପ୍ରିୟା ପଟ୍ଟନାୟକ

04-01-2026 / 23:29:34

ଭଲଲାଗିଲା କବିତାଟି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion