ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ଗାନ୍ଧୀଙ୍କ ସପନ ସତ ହେଲା

ଲେଖା : ଦୀନବନ୍ଧୁ ପୋଇ

ଦିନଥିଲା ଗାଆଁରେ କେତେ କଣ ବାରଣ ଥିଲା । ଝାଡା ଗଲେ କି ଝାଡା ପଡିଆ ଗଲେ ମା` ଲୁଗା ପାଲଟି ଯାଉଥିଲା । ହାଟ ବଜାର ଯାଇ ଫେରିଲେ ଲୁଗା ପାଲଟି ଦେଉଥିଲା । ଏମିତି କି କୁକୁର ମଳ ପାଦରେ ଲାଗିଲେ ମୁଣ୍ଡ ଧୋଇ ଗାଧୋଇବାକୁ ପଡୁଥିଲା । କଣ ପାଇଁ ବାରଣ କରେ ମୁଁ ପଚାରିଲେ ` ତୋ ଜେଜିମା ପାଳୁଥିଲେ ତାଙ୍କୁ ଦେଖି ଶୁଣି ସେ ଏମିତି କରୁଛି, ବୋଲି କହୁଥିଲା । ଏହା ହିନ୍ଦୁ ଘରର ପରମ୍ପରା ବୋଲି ସମସ୍ତେ କୁହନ୍ତି । ତାପରେ ବାହାରକୁ ଦଶ ବାରଘଣ୍ଟା ପାଇଁ ବୁଲାବୁଲି କରିବାକୁ ଗଲେ କୋଉଠି କିଛି ନ ଖାଇ ସେଇମିତି ଘରକୁ ସେ ଫେରେ । ଖାଇବାକୁ କୌଣସି ହୋଟେଲ କୁ ଯିବା ପାଇଁ କହିଲେ ଜମାରୁ ରାଜି ହୁଏନି I ତା `ର କାରଣ ପଚାରିଲେ କୁହେ ଏଠି କିଏ ନା କିଏ କେମିତି...  ରାନ୍ଧିଥିବ ମୁଁ ଖାଇବି , ନା ନା ତୋ ଜେଜୀମା ଏସବୁ ପସନ୍ଦ କରିବେ ନି ।
ଅତି ସାଧାସିଧା ଖାଇବା ପିଇବା ତାର ଥିଲା । ତାର ଦେହ ସେମିତି କିଛି ଖରାପ ହେବାର ମୁଁ କେବେ ଦେଖି ନାହିଁ । ସାଧାରଣ ଥଣ୍ଡା ଜ୍ଜର ହେଲେ କେମିତି ତାର ମନକୁ ମନ ଭଲ ହୋଇ ଯାଉଥିଲା । ଝାଡାହେଲେ ଥରେ ଦୁଇଥର ଖାଦ୍ୟ ବନ୍ଦ କରି ଦେଲେ ତାର ଦେହ ସୁସ୍ଥ ହୋଇଯାଏ । ଟିକଏ ଅଧିକ ହେଲେ ଚୁଡ଼ା କଦଳୀ ଖାଇ ଭଲ ହେଉଥିଲା ।
ଥରେ ତାର ପତଳା ଝାଡା ହେଲା, କାଠେଇ ଦୁଇ ତିନି ଦିନ ତା ବ୍ୟବସ୍ଥା ରେ ରହିଲା କିନ୍ତୁ ଭଲ ହେଲା ନାହିଁ । ବହୁ କଷ୍ଟରେ ବାପା ରାଗିବାରୁ ମେଡିକାଲ ଯିବାକୁ ରାଜି ହେଲା । ଗଲୁ ମଧ୍ୟ । ଡାକ୍ତର ତାର ଦେହ ଦୁର୍ବଳ ଦେଖି,ସାଲାଇନ ଓ ଇ଼ଞ୍ଜେକ୍ସନ ଦେବାପାଇଁ କହିଲେ I ନର୍ସ ଆସି ଏସବୁ ଆରମ୍ଭ କଲା ବେଳେ ସେ ଭୟଭୀତ ହୋଇ କହିଲା `ମୁଁ ନବଞ୍ଚିଲେ ନାହିଁ ମୋର ଏ ସବୁ ଦରକାର ନାହିଁ` I ଏ ଗଛ ଇଞ୍ଜେକସନ ଲଗା ନାହିଁ , କାରଣ ସେ ଶୁଣିଛି ଗଛ ଇଞ୍ଜେକସନ ମଣିଷ ମୃତ୍ୟୁ ସମୟରେ ଲଗା ଯାଇଥାଏ । ତା ଭାଷାରେ ସାଲାଇନଟି ହେଉଛି ଗଛ ଇଞ୍ଜେକ୍ସନ । ସେବିକା  ଅତି କୋମଳ ଓ ଧିର ସ୍ୱରରେ ମାଉସୀ ମାଉସୀ ଡାକି ତାର ମନ କିଣିନେଲା . ମିଠା ମିଠା ଡାକର ସ୍ୱରରେ ତାକୁ ବୁଝାଇ ସୁଝାଇ ସାଲାଇନ ଓ ସବୁପ୍ରକାର ଔଷଧ ଦେଇ ତାକୁ ସୁସ୍ଥ କରିବା ରେ ମନାଇଦେଲା I ତାର କୋମଳ କଥା ଓ ବ୍ୟବହାରରେ ସେ ତା ପ୍ରତି ଆକର୍ଷିତ ହୋଇଗଲା I ନର୍ସ ର କଥାରେ ଓ ସେବାରେ ତା ଦେହ ଅଧା ଭଲ ହୋଇଗଲା । ତାକୁ ଯେମିତି ସେ ନିଜର ଭଳି ମନରେ ଭାବିନେଲା ।  
    
         ଗୋଟାଏ ରାତି ରହିବାପରେ ତାର ଦେହ ସୁସ୍ଥ ହୋଇଗଲା , ଡାକ୍ତର ଦେଖି ଅନୁମତି ଦେଲେ ଡିସଚାର୍ଜ ହୋଇଯିବୁ ମାଆକୁ ମୁଁ କହିଲି  । ଏତିକି ବେଳେ କଣ ଦିଟା ଖାଇବାକୁ ମନ ହେଲା  । ହୋଟଲରୁ ଭାତ ତରକାରୀ ମୁଁ ଆଣି ଦେବାପାଇଁ କହିଲି ହେଲେ ମନା କଲା  । ମନା କରିବାରୁ ନର୍ସକୁ ଏକଥା କହିବାରୁ ସେ ଆସି ମାଉସୀକୁ ସବୁ ବୁଝୋଇଲା , ତଥାପି ସେ ରାଜି ହେଲା ନାହିଁ କିଛି ଚୁଡ଼ା କଦଳୀ ଖାଇବାକୁ କହିଲା । ସେଥିରୁ ଆଣି ଦେଲି । ତାପରେ ଡାକ୍ତର ରାଉଣ୍ଡରେ ଆସି ଡିସଚାର୍ଜ କଲେ । ଶୁଣି ଖୁସି ହୋଇଗଲା । ନର୍ସ ରୋଜିକୁ, `ଝିଅ ଆମ ଘରକୁ ଦିନେ ଯିବୁ , ତୁ ମୋ ଝିଅ ପରି ,ତୋତେ ଅପେକ୍ଷା କରିଛି। ତାପରେ ଡାକ୍ତର ଖାନା ରୁ ଘରକୁ ଫେରି ଆସିଲୁ । ଆସିଲାବେଳେ ରୋଜିଠାରୁ ଫୋନ ନମ୍ବର ଧରି ଆସିଥିଲୁ।        
        ତାପର ଦିନ ମା , ସେଇ ରୋଜିର ଗୁଣ ସମସ୍ତଙ୍କୁ ଗାଇ ପକାଇଲା , କେଡେ ସୁନ୍ଦର ନର୍ସ ଯାହା ନିଜର ଲୋକ କରି ପାରନ୍ତିନି, ସେ କରିଦେଲା । ମୋର ଦେହ ଘଷି ଆଉଁଶି ବି ଦେଲା। ତା`ପାଇଁ ମୋ ଦେହ ଭଲ ହୋଇଗଲା । ମୋ ଠାରୁ ଫୋନ ନେଇ ରୋଜି ପାଖକୁ ଫୋନ କଲା। ନିଜନିଜ ବିଷୟରେ ଆଳାପ କରି ତାକୁ ଆସିବାକୁ କହିଲା ।
       ଦିନକର କଥା , ମାଉସୀର ଡାକରାରେ ରୋଜି ହଠାତ ଦିନେ ସକାଳେ ଆମ ଘରେ ପହଞ୍ଚିଗଲା । ସାଙ୍ଗରେ ତାର ଝିଅ ପିଙ୍କି ,ପୁଅ ଟୁକୁ ଓ ତାର ବର ଅଶୋକ ଆସିଛନ୍ତି । ପ୍ରଥମ କରି ଆସିଥିବାରୁ ବିଭିନ୍ନ ପ୍ରକାର ମିଠା ଧରି ଆସିଛି । ମା` ସେମାନଙ୍କୁ ଆଦରରେ ନେଇ ଘରେ ବସାଇଲା । ତାର ଛୁଆ ଦୁଇଟିକୁ କୋଳେଇ ନେଲା, ତାଙ୍କ ପାଇଁ ସଙ୍ଗେ ସଙ୍ଗେ ଚ଼କୁଳି ପିଠା ସହ ଦେଶି ଖିରରେ ଗୁଡ ପକାଇ ଖାଇବାକୁ ଦେଲା । ମଧ୍ୟାହ୍ନରେ ଗରମ ଭାତ ସାଙ୍ଗରେ କଳାମୁଗର ଡାଲି . ଆମ୍ବୁଲ ଖଟା,  ବେସର ତରକାରୀ,ଦେଶି ମାଛ ଝୋଳ ଖାଇ ପିଙ୍କି ଓ ଟୁକୁନା  ଭାରି ଖୁସି ହୋଇଗଲେ । ଭାରି ବଢିଆ ଲାଗୁଛି ,ପିଙ୍କି ଓ ଟୁକୁନା ରୋଜିକୁ  କହିଲେ ।   ସକାଳର ଜଳଖିଆ ପିଠାଖିର ଆଈଙ୍କର ହାତ ରନ୍ଧା କେତେ ସ୍ଵାଦିଷ୍ଟ ! ସହରରେ ପିଜା,ମାଗି ଓ ବରଗର ଏସବୁ ଖାଇବା ଅପେକ୍ଷା ଏହା ଆମକୁ ଭାରି ସ୍ୱାଦିଷ୍ଟ ଲାଗୁଛି । ଘରେ ଏଭଳି କରି ଖାଇବାକୁ ଦେବାପାଇଁ ପିଲାମାନେ କହିଲେ ରୋଜିକୁ ।  ଉଭୟଙ୍କ ପରିବାର ଏମିତି ବାନ୍ଧି ହୋଇ ନିୟମିତ ଯିବା ଆସିବା ଚାଲିଲା।
    ଅନ୍ୟଏକ ଦିନକର ଘଟଣା ଏମାନେ ଆମ ଘରକୁ ଆସିଥାନ୍ତି । ମୋ ମାମୁ ପୁଅ ଅନିଲ(ଡାକ ନାଆଁ) ଆମ ଘରକୁ ଆସି ପହଞ୍ଚିଗଲା । ରୋଜି ଦେଖି ନମସ୍କାର କରିବାରୁ ସେ ଏଠି ଦେଖି ଆଶ୍ଚଯ୍ୟ ହୋଇଗଲେ , ହଁ ତୁମେ ଏଠାରେ କିପରି ?  ରୋଜୀ, ମାଉସୀଙ୍କ ଠାରୁ ସବୁ ବୁଝିନେବେ। ଜାଣିଛ ଏ ହେଉଛି ମୋ ଅପା ଘର । ଅପା, ରୋଜି ଓ ମୁଁ ଏକା ହସପିଟାଲରେ ଥିଲୁ , ସେ ଏବେ ଛଅମାସ ହେଲା ବଦଳି ହୋଇ ଆସିଛନ୍ତି   । ତାପରେ ପିଲାମାନଙ୍କୁ ନେଇ ରୋଜି ଫେରିଗଲା  ।
  ଏଣେ ଅପାକୁ ଡାକ୍ତର ବିଜୟ କୁମାର ପଣ୍ଡା ( ଅନିଲ) ରୋଜି ଜଣେ ଦଳିତ ଶ୍ରେଣୀର ଲୋକ ବୋଲି କହିଲେ । ଅପା ତୋର ଆଉ ସେ ପୂର୍ବ ବାରଣ କିଛି ଆଉ ନାହିଁ, ଜାଣି ଭାରି ଖୁସି ହେଲି । ନାଇଁରେ ଅନିଲ ସେ ଝିଅଟି ପାଇଁ ମୋ ଜୀବନ ବଞ୍ଚିଗଲା । କେଡେ ସୁନ୍ଦର ଚ଼େହେରା ଓ ପରିଷ୍କାର ପରିଛନ୍ନରେ ଚଳୁଛି । ତାର ବ୍ୟବହାର ମୋତେ ନିଜର କରି ନେଇଛି । ମୋର ଖାଦ୍ୟ ପାଇଁ ଯେଉଁ ବାରଣ ଥିଲା ତାହା ଜାତିପାଇଁ ନଥିଲା , ତାହା ଥିଲା ସ୍ବଛତା ଓ ଶୁଦ୍ଧ ମାନସିକତା । ଯେଉଁଠି ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ପରିବେଶ ଥିବ, ସେଠି ଖାଇବା ଉଚିତ  । ଗାନ୍ଧିଜୀ ପା` କହିଥିଲେ ଆମେ ସମସ୍ତେ ଗୋଟିଏ ମାଆର ସନ୍ତାନ । ଆମ ଭିତରେ ସେମିତି ଛୁଆଁ ଅଛୁଆଁ ମନ ଭାବ  ରଖିବା ନାହିଁ । ଆଜିଠାରୁ ତୁ ଜାଣିଥା ସେମାନେ ଆମ ଘରକୁ  ସବୁବେଳେ ଆସିବେ  । ଡାକ୍ତର ବିଜୁ ବୁଝିଗଲେ ସତରେ ଆଜି ଗାନ୍ଧୀଙ୍କ ସପନ ସତ ହେଲା । ଆମେ ସମସ୍ତେ ଈଶ୍ଵରଙ୍କ ସନ୍ତାନ ।

ଗୋରଡ଼ା ପାଳ
କରମୂଳ ,ଢେଙ୍କାନାଳ
ଦୂରଭାଷ- ୯୯୩୮୮୦୨୪୧୨ 

ଲେଖା ସମ୍ପର୍କୀୟ ମତାମତ

ନିଲମ୍ ଜସ୍ମିନି ରାଉତ

01-11-2025 / 10:39:08

ଅତି ହୃଦୟସ୍ପର୍ଶୀ ଓ ଶିକ୍ଷଣୀୟ ଗଳ୍ପଟିଏ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion