ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କେହି ହେବେ ନାହିଁ ସରି

ଲେଖା : ଧନଞ୍ଜୟ ସ୍ୱାଇଁ

ଜେଜେ ଅଣ୍ଟାରେ ଖୋସି ରଖିଲେ
ସୁଉକି ଟିଏ ଗଣି
ଖବରକାଗଜ ପଢି ବସିଲେ
ଚଉକିଟିକୁ ଟାଣି
ଯେଉଁ ସୁଉକି ଖୋସି ଥିଲେ ସେ
ଅଣ୍ଟାରୁ ଗଲା ପଡି
ଉଠି ପଡିଲେ ଯେବେ ସେ ଧୋତି
କୁଞ୍ଚ ସଜାଡି କରି
ରଖିଥିଲି ତା` ପିଇବାକୁ ଚା `
ଯାଇ ଗାଁ ମୁଣ୍ଡ ଛକ
ଖୋଜିବା ପାଇଁ ଆଈ କୁ କହି
କଲେ ସେ କଉତୁକ
ନାତିଆ ଥାଇ କହିଲା ଆଈ
କି ଖୋଜୁଅଛୁ ତୁଇ
ଚଉକି ତଳୁ ପାଇ କୁଂପିରେ
ରଖିଛି ନେଇ ମୁହିଁ
ଗୋଟି ଗୋଟିକି କରିଲେ ଜମା
ହୁଏ କୋଟିଏ ଟଙ୍କା
ଜେଜେ ତ କହିଥିଲେ ଯେ ସଞ୍ଚେ
ନ ଥାଏ ତାର ଦକା
ଶୁଣି ଏ କଥା ହସିଲେ ଜେଜେ
ପୁରୁଣା କଥା ଭୁଲି
କହିଲେ ମୋର ନାତି ସାଙ୍ଗରେ
କେହି ହେବେନି ସରି!!


ମୋ -9437000636.

ଲେଖା ସମ୍ପର୍କୀୟ ମତାମତ

Mohan Kumar swain

03-11-2025 / 09:21:31

ଖୁବ୍ ସୁନ୍ଦର ଲାଗିଲା କବିତା ଟି

ବୃନ୍ଦାବନ କୁମ୍ଭାର

01-11-2025 / 15:50:09

ଅତି ସୁନ୍ଦର।

କୀର୍ତ୍ତନ ସାହୁ

01-11-2025 / 10:24:52

ମଜାଳିଆ ଓ ଶିକ୍ଷଣୀୟ

ମିନତି ପଟ୍ଟନାୟକ

01-11-2025 / 09:24:09

ହୃଦୟ ସ୍ପର୍ଶି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion