ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ତାଙ୍କୁ ନ ଭୁଲିବେ କେହି

ଲେଖା : ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ

ପିତା ମାତା ଠାରୁ ବଡ଼ ଦେବତା କେ
ସରଗ ରାଇଜେ ନାହିଁ,
ଦୁନିଆ ରେ ଯେତେ ବଡ଼ ହେଲେ ଆମେ
ତାଙ୍କୁ ନ ଭୁଲିବା କେହି l ୧ l

ସରଗ ଠୁଁ ବଡ଼ ଆମ ଜନ୍ମ ଦାତା
ଧରଣୀ ଠୁଁ ବଡ଼ ମାତା,
ବିପଦେ ଆପଦେ ତାଙ୍କ ଆର୍ଶିବାଦେ
ହୋଇବା ଜଗତ ଜିତା l ୨ l

ସେନେହ ଝରଣା ସଦା ଝରୁଥାଏ
ମାଆ ର ଅନ୍ତର ତଳୁ,
ଯେତେ ଭୁଲ୍ କଲେ ରାଗ ରୋଷ ଭୁଲି
ଉଠାଇ ନିଏ ସେ ତଳୁ l ୩ l

ମାଆ ର ପଣତ ଶ୍ରୀ ମନ୍ଦିର ନେତ
ବିପଦକୁ ଦିଏ ତଡି,
ତାହାରି ମମତା ହାତ ଠାରି ଡାକେ
ଯେତେ ଦୂରେ ଗଲେ ଉଡ଼ି l ୪ l

ବରଗଛ ପରି ଶୀତଳ ପ୍ରଛାୟା
ଦେଇଥାନ୍ତି ଆମ ପିତା,
ଦୁନିଆ ଦାଣ୍ଡରେ ଚାଲିବା ପାଇଁ ସେ
କହିଥାନ୍ତି ହିତ କଥା l ୫ l

ନିଇତି ସକାଳେ ତାଙ୍କ ପାଦ ତଳେ
କଲେ ଆମେ ନମସ୍କାର,
ଦିନଟି ଆମର ଶୁଭ ରେ କଟିବ
ବିପଦ ହୋଇବ ଦୂର l ୬ l

ଯଦୁ - ମାଳତୀ କୃପା ନିବାସ,
ଶକ୍ତି ବିହାର / ବାଲିପଡ଼ା, ମାହାଙ୍ଗା,
ଜି - କଟକ -୭୫୪୨୦୭


ମୋ – ୭୬୦୯୦୪୪୩୮୩

ଲେଖା ସମ୍ପର୍କୀୟ ମତାମତ

ଅନନ୍ତ କୁମାର ସେନାପତି

01-12-2025 / 19:08:58

ଭଲ କବିତା ଅନେକ ଶୁଭେଚ୍ଛା

Mohan Kumar swain

01-12-2025 / 12:08:17

ଖୁବ୍ ସୁନ୍ଦର ଲାଗିଲା କବିତା ଟି

ଜୟକୃଷ୍ଣ ସାହୁ

01-12-2025 / 10:58:02

ସତରେ ମାଆ ବାପାଙ୍କଠୁ ଵଳି ବଡ଼ ଦେବତା ଦୁନିଆରେ ଆଉ କେହି ନାହାନ୍ତି। କବିତାଟି ଅତି ସୁନ୍ଦର ହୋଇଛି। ଭଲଲାଗିଲା। ଧନ୍ୟବାଦ ପ୍ରଫୁଲ୍ଲ ଵାଵୁ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion