ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଟିକି ବଗିଚାର ଫୁଲ କଢି

ଲେଖା : ରତ୍ନାକର ନାୟକ

ଟିକି ବଗିଚାର ଫୁଲ କଢି
ଅତି ଯତନେ କେ ଦେଲା ଗଢି।

ପାଖୁଡ଼ା ମେଲିଲେ ହସିହସି
ସରଗରୁ ସୁଧା ପଡେ ଖସି।

ବାଉଳା ହୁଅଇ ମହୁମାଛି
ପରଜାପତିଏ ନାଚିନାଚି ।

ଖେଳିବେ ତୋ ସାଥେ ଡାଳେ ଝୁଲି
ଗୁଣୁ ଗୁଣୁ ଗୁଣୁ ଗୀତ ବୋଲି।

ସେମାନେ ତୋଅର ସାଥୀ,ମିତ
ସାଧୁଥାନ୍ତି ସଦା ଆନ ହିତ।

ପର ଉପକାରେ ଯା`ର ମନ
ସେଇ ସିନା ଏକା ସାଧୁ ଜନ ।

କରମ ଜୀବନ ମାପକାଠି
ଯଶ ନମିଳିଲେ ସବୁ ମାଟି।

ଜୀବନ କାଳ ତୋ ଲମ୍ବା ନୁହେଁ
ହେଲେ ରୂପ,ଗୁଣ ମନ ମୋହେ ।

ଅଧିକ ବରଷ କେହି ବଞ୍ଚି
ନାଆଁ ରଖିଛି କି ଧନ ସଞ୍ଚି ।

ମରତକୁ ଦାନ ତୋର ମହୁ
ସରିବନି ଗୁଣ ଯେତେ କହୁ ।

ଆମେ ପିଲାମାନେ ବେଳ ଜାଣି
ଘାସ ବାଛି ଗଛେ ଦେବୁ ପାଣି ।

ଅକାଳେ ଯିବୁନି ଝଡି ପଡ଼ି


ସକାଳେ ଫୁଟିବୁ ଫୁଲ କଢି।

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

02-12-2025 / 23:16:27

କବିତାଟି ଭଲ ଲାଗିଲା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion