ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ହେମନ୍ତ ଋତୁଟି ଆସିଛି ବୋଲି

ଲେଖା : କୀର୍ତ୍ତନ ସାହୁ

ହେମନ୍ତ ଋତୁଟି ଆସି ଅଛି ବୋଲି
ଖେଳୁଛି ମୁଁ ଖୁସି ମନେ
ବରଷା ନାହିଁ କି ଖରା ବେଶି ନାହିଁ
ପୁଲକିତ ହୃଦ ବନେ ।

ଭାରି ଭଲ ଲାଗେ ଥିରି ଥିରି ବାଆ
ପତ୍ର ନାଚେ ଝୁଲି ଝୁଲି
ସେ ସୁନ୍ଦର ରୂପ ଦେଖିଛି ଯେ ଥରେ
ପାରିବ କି କେବେ ଭୁଲି !

ଚଉଁରା ମୂଳରେ ମୁରୁଜରେ ମାଆ
ଆଙ୍କୁଛନ୍ତି କେତେ ଛବି
ପରିବେଶ ଏବେ ସ୍ୱଚ୍ଛ ନିର୍ମଳ
କବିତା ଲେଖନ୍ତି କବି ।

ମନ୍ଦିର ବେଢ଼ାରୁ ଘଣ୍ଟ ଧ୍ଵନି ଶୁଭେ
ଆହା କି ପବିତ୍ର ଲାଗେ
ଦୁଃଖୀ ଦରିଦ୍ରଙ୍କୁ ସାହାଯ୍ୟ ପାଇଁକି
ମନରେ ସରାଗ ଜାଗେ ।

କେତେ ପରକାର ଫୁଲ ଫୁଟି ଅଛି
ବାଡି ବଗିଚାରେ ଆମ
ଦେଖି ଦେଲେ ତାହା ଚେତେ଼ଇ ଦେଉଛି
କରିବାକୁ ନିଜ କାମ ।

ସକାଳ ସକାଳ କଅଁଳ ଖରାରେ
ଶିଶିର ପାଉଛି ଶୋଭା
ପୋଖରୀରେ ଦେଖ କଇଁଫୁଲ ଫୁଟି
ଆହା କେଡ଼େ ମନଲୋଭା ।
*

ମିଶ୍ର କଲୋନୀ
ଶାଳପଡ଼ା , କେନ୍ଦୁଝର
ଦୂର ଭାଷ - ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion