ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଵନ୍ଦ କର ଏ ଲଢେଇ

ଲେଖା : ଶରତ କୁମାରୀ ସ୍ଵାଇଁ

ଵନ୍ଦ କର ଏ ଲଢେଇ
ଦେଖାଅନି ଆଉ ବଢ଼େଇ
ପଳ ପଳ କରି ରକତ ନିଗାଡି,
ମୁଣ୍ଡ ଦିଅନାହି ଗଡ଼େଇ।
ବିବେକ ବାଟକୁ ହୁଡୁଛ
ବଳୁଆ ଦେଖେଇ ଲଢୁଛ
ଦୟାମାୟା ଟିକେ ତୁମଠାରେ ନାହିଁ
ମଣିଷ ପଣିଆ ଛାଡୁଛ?
ନିରୀହ ମଣିଷ ମରୁଛି
ଵୋମାମାଡେ ଭୂଇଁ ଥରୁଛି
ବାରୁଦରକଳା ଧୂଆଁ କୁ ଆଡେଇ
ଆକାଶ ରୁ ନିଆଁ ଝରୁଛି।
ବାପା,ମାଆ,ବାସ ଛଡେଇ
ଵଉଶ ଦେଉଛ ବୁଡ଼େଇ
ମାଳମାଳ ପିଲା ଅନାଥ କରୁଛ
କେଉଁ ଯଶ ଖ୍ୟାତି ବଢ଼େଇ?
ତୁଛା ମୁଣ୍ଡେ ରାଗ ଚଢେଇ
ହିଂସା କୁ ଧରୁଛ ଜଡେଇ
ଯିଦି ଵାଦିରେ କି ପରମାଣୁ ଅସ୍ତ୍ରେ
ପୃଥିବୀ ଟା ଦେବ ଉଡେଇ??
ବନ୍ଦ୍ କର ଏ ଲଢେଇ।
------+------


୫୫୪/୧୯୬୫, ଶ୍ରୀ ବିହାର, ପଟିଆ, ଭୁବନେଶ୍ଵର-୩୧

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion