ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ପକ୍ଷୀ ଆମର ପ୍ରିୟ

ଲେଖା : ଶକୁନ୍ତଳା ମିଶ୍ର

ଦୁଇଟି ବଣି ଦେଖିବ ଯଦି ଦିନଟି ଯିବ ଶୁଭେ,
ଶଙ୍ଖ ଚିଲଟି ଆଣଇ ଖୁସି ଉଡଇ ନୀଳ ନଭେ।
କାଉ ରାବିଲେ ରାଉ ରାଉ କା କୁଣିଆ ଆସେ ଘରେ,
ଚାଉଳ ମୁଠେ ଥୋଇଲେ ଖାଇ ଯିବ ସେ ଉଡି ଦୂରେ।
ଘୁମୁଘୁମୁରା ଚିକଣ ପାରା ଘର ତାଜାରେ ଥିଲେ,
ଆପଦ କେବେ ଆସଇ ନାହିଁ ଜୀବନ କଟେ ଭଲେ।
ଶୁଆ ଶାରୀଙ୍କୁ ପୋଷିଲେ ଘରେ କହିବେ କଥା ଶିଖି,
ପକ୍ଷୀଙ୍କୁ ବାନ୍ଧି ରଖିବା ନାହିଁ ହେବେ ସେ ବଡ ଦୁଃଖୀ।

ରାତି ଅଧରେ କୁନ୍ଥେଇ କରି ପେଚାଟି ଯେବେ ଡାକେ,
ମନରେ ଭୟ ଆଣିବା ନାହିଁ ରାତିରେ ସିଏ ଜାଗେ।
ଘର ଚଟିଆ ବାଇ ଚଢେଇ କଜଳ ପାତି ଯେତେ,
କିଚିରିମିଚି ଶବଦ କରି ବୁଲନ୍ତି ଚାରିପଟେ।
ପଶୁଙ୍କ ପରି ପକ୍ଷୀ ବି ଆମ ଅଟନ୍ତି ବଡ ପ୍ରିୟ,


ଅନ୍ଧ ବିଶ୍ବାସ ମନରୁ ଠେଲି ସୁରକ୍ଷା ତାଙ୍କୁ ଦିଅ।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion