ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ତାକ ଧୀନାଧୀନି ଧେଇକି

ଲେଖା : ଅନନ୍ତ କୁମାର ସେନାପତି

ତାକ ଧୀନା ଧୀନି ଧେଇକି
କାହ୍ନା ଯିବ ଆର ସାହିକି,
ଆର ସାହିରେ ବାଜୁଛି ବାଜା
ଘୁଙ୍ଗୁର ପିନ୍ଧି ଭଲ୍ଲୁକ ରାଜା
ପାଣି ସରସର ପାଦ ଟି ଭିଜା
ନାଚୁଅଛି ଥେଇ ଥେଇକି       ।

କହିଲେ ଆଈ ଧନ ରେ
ଯିବାକୁ ତୋର ମନ ରେ,
ବାହାରିପଡ଼ ଦେଖିବୁ ନାଚ
ପିଠା ଓ କ୍ଷୀରି ଖାଇ କି
ନାଚ ଦେଖିବୁ ଯାଇ କି
ତାକ ଧୀନା ଧୀନି ଧେଇକି      ।

ଢୋଲ ବାଜୁଛି ଡମ ଡମ
ଭାଲୁ ନାଚୁଛି ଛମ ଛମ,
ମାଲିକ ତାହାର ଜାଣିକି
ଶିକୁଳି ରଖିଛି ଟାଣିକି
ମୁହଁ ରେ ହସ ନାହିଁ କି
ତାକ ଧୀନାଢିନି ଧେଇକି       ।

କହିଲା କାହ୍ନା ଆଈକି
ଫିଟାଇ ଦିଅ ଯାଇକି,
ମାଆ କୋଳକୁ ଯାଉ
ବଣ ର ଫଳ ଖାଉ
ପରାଧୀନ ରୁ ପାଇ ମୁକତି
ରହିବ ସେଠି ହସିକି
ତାକ ଧୀନଧୀନି ଧେଇକି     ।

ସେକଥା ଭାଲୁ ଶୁଣିଛି
କାହ୍ନା କୁ ମନେ ଖୋଜୁଛି,
ମୁକତି ସିନା ପାଇ ପାରିନି
ମାଆ କୋଳକୁ ଯାଇ ପାରିନି
କେହି ତ ଜଣେ କଷଣ ଦେଖି
ମୋ ସୁଖ ପାଇଁ ଭାବୁଛି      ।
ଲାଗୁଛି ଖୁସି  ଏତେ ଦିନ ପରେ
ଭଲ ସାଥିଟିଏ ପାଇକି
ତାକ ଧୀନା ଧୀନି ଧେଇକି      ।

ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼
ଫୋନ   7008304225

ଲେଖା ସମ୍ପର୍କୀୟ ମତାମତ

Dinabandhu poi

01-01-2026 / 13:55:07

ଭଲ ଲାଗିଲା ,

Mohan Kumar swain

01-12-2025 / 12:37:03

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion