ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କୁନାମୁନାଙ୍କ ପାଇଁ

ଲେଖା : କମଳିନୀ ମଲ୍ଲିକ୍‌

ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ
ରୁହ ଆରେ କୁନାମୁନା କେଉଁଆଡେ ଧାଇଁଛ
ବୋଉ ପରା ଡାକୁଛି
ଭାତ ବାଢି ତୁମ ପାଇଁ କେତେବେଳୁ ଚାହିଁଛି ।ା

ଚିକିମିକି ଝିକିମିକି ତାରା ଭରା ଆକାଶ
ଆସୁ ଯେତେ ଝଡଝଂଜା ବାଆ ଅବା ବତାସ
କୁନାମୁନା ବଢିବେ
ବିଦ୍ୟାବୁଦ୍ଧି ଅରଜି ସେ ନିଜକୁ ହିଁ ଗଢିବେ ।ା

ଟିକ୍‌ଟିକ୍ ଠିକ୍‌ଠିକ୍ ଘଂଟା କହେ ସମୟ
ସମୟକୁ ନଷ୍ଟ କଲେ ମିଳେ ନାହିଁ ଉପାୟ
କୁନାମୁନା ବୁଝିଲେ
ଯେତେବେଳେ ଯେଉଁ କାମ କରିବାକୁ ହେଜିଲେ ।ା

ଥିରିଥିରି ଶିରିଶିରି ବହେ ଥଣ୍ଡା ପବନ
ଶୋଇ ପଡି କୁନାମୁନା ଦେଖୁଥାନ୍ତି ସପନ
ଜେଜୀମାର ଗପରେ
କେତେ ନୀତିଶିକ୍ଷା ଅଛି ପୁଣି କେତେ ସତରେ ।ା

କଳକଳ ଛଳଛଳ ବହିଯାଏ ତଟିନୀ
ଆଜିର ଦିନଟି ଆଉ କାଲି ଫେରି ଆସେନି
କୁନାମୁନା କୁହନ୍ତି
ଭଲ କାମ କରେ ଯିଏ ସେଇ ବଡ ହୁଅନ୍ତି ।ା

ଭୁବନେଶ୍ୱର
ମୋ - ୯୮୫୩୫୨୩୮୮୩

ଲେଖା ସମ୍ପର୍କୀୟ ମତାମତ

ଡ. "ବିଜୟା ପାତ୍ର

02-12-2025 / 18:51:32

ସୁନ୍ଦର କବିତା। ଭଲ ଲାଗିଲା।

ଲକ୍ଷ୍ମୀକାନ୍ତ ଦଳେଇ

01-12-2025 / 13:51:44

ବହୁତ ସୁନ୍ଦର

Mohan Kumar swain

01-12-2025 / 12:33:26

ଶିଶୁ ଉପଯୋଗୀ ସୁନ୍ଦର କାବିତା ଟି । ଭଲ ଲାଗିଲା

ମିନତୀ ପଟ୍ଟନାୟକ

01-12-2025 / 10:40:35

ମନଲୋଭା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion