ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆସିବ ପୁଣି ନୂଆ ବରଷ

ଲେଖା : ଡ. ବିଜୟା ପାତ୍ର

ଚାହୁଁ ଚାହୁଁ ଗଲା ଏଗାର ମାସ
କ୍ଯାଲେଣ୍ଡରରୁ ସରି
ବସିଛି ଏକା ଡିସେମ୍ବର ଟା
ଶୀତରେ ଥରି ଥରି।
କମ୍ବଳ ଟିଏ ଦେଲ,
ନହେଲେ ପରା ଥଣ୍ଡାରେ ସିଏ
ହୋଇବ କଲବଲ।

ଗଛରୁ ଯେତେ ଶୁଖିଲା ପତ୍ର
ଝରି ପଡଇ ଦେଖ
ପତର ଜାଳି ସେଇ ନିଆଁ ରେ
ଦେହ ହାତକୁ ସେକ।
ବନାଅ ଟିକେ ଚାହା,
ଗରମ ଗରମ ପିଇଲେ ତାକୁ
ଆରାମ ଲାଗିବ ଆହା।

ଧାନ କ୍ଷେତରେ ପାଚିଛି ଧାନ
ଧାନ ତ ନୁହେଁ ସୁନା
ସେ ସୁନା ଦେଖି ଚଷା ଭାଇ ଟି
ହୁଅଇ ଆନମନା।
ଅମାର ଭରି ଯାଉ,
ଭୋକିଲା କେହି ନ ରହୁ ଆଉ
ମେଣ୍ଟୁ ରେ ଭୋକ ଦାଉ।

ବାଡି ବଗିଚା ନାନା ଜାତିକା
ଫୁଲ ଫଳରେ ଭରା
ପରବ ପୁଣି ଭଳି ଭଳିକା
ରହିଛି ମାସ ସାରା।
ଏ ମାସ ଗଲେ ସରି,
ଆସିବ ପୁଣି ନୂଆ ବରଷ
ମନେ ଉଲ୍ଲାସ ଭରି।


କୋଟି ତୀର୍ଥ ଲେନ୍


ଭୁବନେଶ୍ୱର-୨

ଲେଖା ସମ୍ପର୍କୀୟ ମତାମତ

ଅନନ୍ତ କୁମାର ସେନାପତି

01-12-2025 / 18:55:01

କବିତା ଟି ଅତି ସୁନ୍ଦର ହୋଇଛି

Mohan Kumar swain

01-12-2025 / 12:23:59

ଭଲ ଲାଗିଲା କବିତା ଟି। କିଛି ନୂଆ ଧାରା ଦେଖିବାକୁ ମିଳିଛି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion