ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଇଚିରି-ମିଚିରି

ଲେଖା : ଧୀରେନ ମିଶ୍ର

ଇଚିରି-ମିଚିରି ଧାଏଁ ଚିରିଚିରି
କିଚିରି କରିଲା କେଁ
କଇଆଁ ଗଛରୁ ହନୁ ଝାମ୍ପ ଦେଲା
ପାତି କାନ୍ଦୁଥିଲା ଭେଁ ।
କାହିଁକିରେ ପାତି କାନ୍ଦିଲୁ ଏମିତି
କିଏ କି` କହିଲା ତୋତେ
କାନମୋଡି ତାକୁ ସାବାଡ କରିବି
ନାଆଁ ତା`ର କହ ମୋତେ ।
କହିବୁନି ଯଦି କହ
ତୁଉନି-ତାଆନି ରହ ।
ଗୁଣ୍ଡୁଚି ଚଢିଲା ମକା ଗଛରେ ଲୋ`
ଏଣ୍ଡୁଅ ଖାଇଲା ଯଅ।
ଯଅ ଗଛ ବଡ ଡେଙ୍ଗା
ଏଇବାଟେ ଗଲା ଡେଙ୍ଗେଇ ନାନୀ ମୋ`
ମୁଣ୍ଡରେ ବାଜିଲା ଠେଙ୍ଗା ।

ଶୁଶୁଡା, ଅନୁଗୋଳ


ମୋ – 7978087891-

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

02-12-2025 / 23:25:00

ମୋ କବିତାଟିକୁ ମନଯୋଗସହ ପଢି ମତାମତ ଦେଇଥିବା କବିବନ୍ଧୁମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ଧନ୍ୟବାଦ ଓ ପ୍ରଣାମ ।

ଧୀରେନ ମିଶ୍ର

02-12-2025 / 22:47:15

ମୋ କବିତାଟିକୁ ପଢି ବହୁମୂଲ୍ଯ ମତାମତ ପ୍ରଦାନ କରିଥିବା ସାରସ୍ବତ ସାଧକ/ସାଧିକାମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ ପ୍ରଣାମ ଜଣାଉଛି ।

ଡ. ବିଜୟା ପାତ୍ର

02-12-2025 / 18:40:11

ବହୁତ ମନ ମତାଣିଆ ଲେଖାଟି। ନାନାବାୟା ଗୀତର ସ୍ପର୍ଶ ରହିଛି।

ହରିପ୍ରିୟା ପଟ୍ଟନାୟକ।

01-12-2025 / 19:08:45

ଭଲଲାଗିଲା କବିତାଟି।

Mohan Kumar swain

01-12-2025 / 12:21:13

ଅତି ସୁନ୍ଦର ଲାଗିଲା ନାନାବାୟା ଗୀତଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion