ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନଈ ଆରପଟେ

ଲେଖା : ଡକ୍ଟର ଅରୁଣ କୁମାର ପଣ୍ଡା

ନଈ ଆରପଟେ ଚାକୁଣ୍ଡା ଗଛ
ଛାଇ ତଳେ ଜଳେ ଖେଳଇ ମାଛ
ସୁଲୁସୁଲୁ ବହେ ବାଆ
ନଈ ପାରି ବେଳେ ବାଟୋଇଭାଇରେ
ଘଡ଼ିଏ ବସିକି ଆ ।

ଟପ୍ ଟାପ୍ ପଡ଼େ ଚାକୁଣ୍ଡା ଫଳ
ଗାଈ ଖାଉଥାନ୍ତି ଗଡ଼ାଇ ଲାଳ
ପାକୁଳି କରନ୍ତି ଶୋଇ
ସୂରୁଜ ଉଠିଲେ ମୁଣ୍ଡ ଉପରକୁ
ବାଟୋଇ ମାରଇ ହାଇ ।

ପିଲାଏ ଖେଳନ୍ତି ଡାଳମାଙ୍କୁଡି
ଦୋକାନୀ ବସିକି ବିକେ କାକୁଡ଼ି
ନିଅ! ନିଅ ! ବୋଲି ଡାକେ
ଖାଇବା ପାଇଁକି ଇସୁକୁଲ ପିଲା
ଅନାନ୍ତି ଝରକା ଫାଙ୍କେ ।

କା`ର ନ ସରଇ ପତର ଗୋଟା
ଆଙ୍କୁଡିରେ ଝିଙ୍କି ଭାଙ୍ଗେ କେ ଝଟା
ରଜେ ଝୁଲୁଥାଏ ଦୋଳି
ଗାଆଁ ଝିଅମାନେ ଗାଉଥାନ୍ତି ଗୀତ
ପିଲାଏ ମାରନ୍ତି ତାଳି।


ଗ୍ରା/ପୋ -ତୋଟାପଡା
ଭାୟା -ଘଣ୍ଟେଶ୍ଵର
ଜିଲ୍ଲା -ଭଦ୍ରକ-୭୫୬୧୨୯

ମୋ -୯୯୩୭୬୭୨୭୦୮

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

02-12-2025 / 23:19:17

ଭଲ ଲାଗିଲା ।

ଡ. ବିଜୟା ପାତ୍ର

02-12-2025 / 18:38:02

ଭଲ ଲାଗିଲା।

ଅନନ୍ତ କୁମାର ସେନାପତି

01-12-2025 / 18:51:02

ଖୁବ ସୁନ୍ଦର

Mohan Kumar swain

01-12-2025 / 12:16:55

ଅତି ସୁନ୍ଦର ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion