ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଟିକି ଚଢ଼େଇ

ଲେଖା : ପଣ୍ଡିତ ମଧୁସୂଦନ ମିଶ୍ର

ଟିକି ଟିକି ଟିକି ଟିକି ଟିକି ଚଢ଼େଇ
ଟିକି ଚଢ଼େଇ ।
ନୀଳ ଆକାଶରେ ଉଡ଼େ ଡେଣା ବାଡ଼େଇ
ଟିକି ଚଢ଼େଇ ।।
ଭୋକ ହେଲେ ଖାଏ ଫଳ ଥଣ୍ଟ ବଢେଇ
ଟିକି ଚଢ଼େଇ ।
ଶୋଷହେଲେ ପିଏ ପାଣି ଡେଣା ବୁଡ଼େଇ
ଟିକି ଚଢ଼େଇ ।।
ଆମ କୁନା ଚାହିଁଅଛି ହାତ ବଢ଼େଇ
ଟିକି ଚଢ଼େଇ ।
ଭାତମୁଠେ ଦେଇଅଛି ତଳେ କୁଢ଼େଇ
ଟିକି ଚଢ଼େଇ ।।
ଧରିବନି ତତେ କୁନା ଦେବ ଉଡେଇ
ଟିକି ଚଢ଼େଇ ।
ଦୁଃଖ ତତେ ଦେବନାହିଁ ଖୁସି ଛଡେଇ
ଟିକି ଚଢ଼େଇ ।।
ଶୀତହେଲେ କୁନା ଦେବ ତୁଳା ଗୁଡେ଼ଇ
ଟିକି ଚଢ଼େଇ ।
ଖରାହେଲେ ଛତାଟିଏ ଦେବ ବଢେଇ
ଟିକି ଚଢ଼େଇ ।।
ମେଘହେଲେ ଦେବତୋତେଝରିଘୋଡେ଼ଇ
ଟିକି ଚଢ଼େଇ ।
ତୋସାଥେ ଖେଳିବ କୁନା ଧୂଳି ଉଡେଇ
ଟିକି ଚଢ଼େଇ ।।
ଟିକି ଟିକି ଟିକି ଟିକି ଟିକି ଚଢ଼େଇ
ଟିକି ଚଢ଼େଇ ।।

କେନ୍ଦୁଝର


୯୪୩୮୧୯୨୮୧୦

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

02-12-2025 / 18:34:49

ଆହୁରି ଭଲ ହେଇ ପାରିଥାନ୍ତା। ପ୍ରୟାସ ଜାରି ରହୁ।

Mohan Kumar swain

01-12-2025 / 12:15:07

କବିତାର ପ୍ରଥମ ଚରଣ ପଢ଼ି ମୋ ମୁଣ୍ଡଟା ଫାଟିଗଲା ଆଜ୍ଞା । ଏହି କବିତାଟି କିପରି ସ୍ଥାନିତ ହୋଇଛି ଜାଣି ପାରୁନାହିଁ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion