ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କିଏ ହେବ ତାର ସରି

ଲେଖା : ଜୟନ୍ତିକା

ବଡ଼ କଥା ନୁହେଁ ଯୁକ୍ତିରେ ଜିତିବା
କଳି ତକରାଳ କରି,
ନିଜ ହାରପଣ ଜିତିପାରେ ଯିଏ
ଜିଣି ପାରିଥାଏ ଅରି ।
ନିଜକୁ ବୁଝିବା କଥାଟି ଅଟଇ
ଆତ୍ମବିଶ୍ଵାସର କଥା
ଦୁବଳ ମନକୁ ଜିତିପାରେ ଯିଏ
ପାଇଥାଏ ସଫଳତା।
ସବୁ ବିଜ୍ଞାନର ପଛରେ ରହିଛି
ମାନସିକ ଟାଣପଣ,
ସଫଳ ମଣିଷ ବୁଝନ୍ତି କଥାଟି
ପାଆନ୍ତି ନୂଆ ସନ୍ଧାନ ।
ଦୁର୍ବଳତା ଠାରୁ ଦୂରେଇ ରହେ ଯେ
ସଫଳ ହୁଅଇ ସେଇ
ଯେତିକି ଦୁର୍ବଳ ଭାବିବା ନିଜକୁ
ସେତେ ହାରୁଥିବା ଭାଇ ।
ଆଖି ଦେଖୁଥିବା ଜୟ ପରାଜୟ
ଆଲୁଅ ଅନ୍ଧାର ପରି,
ନିଜ ହାରପଣ ଜୟ କରିଛି ଯେ
କିଏ ହେବ ତା`ର ସରି ?


ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

02-12-2025 / 18:36:31

ଭଲ ଲାଗିଲା କବିତା ମାଧ୍ୟମରେ ବାର୍ତ୍ତା ଟି।

ହରିପ୍ରିୟା ପଟ୍ଟନାୟକ

01-12-2025 / 19:04:41

ଶିକ୍ଷାମୂଳକ କବିତାଟି ଭଲଲାଗିଲା।

ଲକ୍ଷ୍ମୀକାନ୍ତ ଦଳେଇ

01-12-2025 / 13:45:47

ଲେଖିକାଙ୍କ ସବୁ ଲେଖା ଭଳି ଏ ଲେଖାରେ ବି ନୂଆପଣ ରହିଛି। ସୁନ୍ଦର ଓ ମନଛୁଆଁ ଗୀତ।

Mohan Kumar swain

01-12-2025 / 12:18:48

ସୁନ୍ଦର ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion