ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମଙ୍ଗଳବାର

ଲେଖା : ଦୀନବନ୍ଧୁ ପୋଇ

ମା` ମଙ୍ଗଳା  ମଙ୍ଗଳ ବାରେ
ପାଏ ମନ୍ଦିରେ ପୂଜା
ମନ୍ଦାର ଫୁଲ ଗଛରୁ ତୋଳି
ଦିଅନ୍ତି ନେଇ ଅଜା ।
ହେଉ ମଙ୍ଗଳା ଅବା ତାରିଣୀ
ଏ ବାର ତାଙ୍କ ପ୍ରିୟ
ପୂଜିଲେ ତାଙ୍କୁ ମଙ୍ଗଳବାରେ
ନିଶ୍ଚେ ହୋଇବ ଜୟ ।
ହନୁମାନଙ୍କ ଏ ବାର ପୁଣି
ଅଟଇ ଅତି ପ୍ରିୟ
ଗାଇଲେ ତାଙ୍କ ଚାଳିଶା ଆଜି
ମନେ ନ ଆସେ ଭୟ  ।
ସପ୍ତାହର ଏ ତିଆସୀ ଅଟେ
ଏଇ କଥାକୁ ଜାଣ
ଆମ ସଂସ୍କୃତି ତା ପୂଜାବିଧି
ଏହା ଆମ ପ୍ରମାଣ ।

ଗୋରଡ଼ାପାଳ, କରମୂଳ
ଢେଙ୍କାନାଳ, ଦୂରଭାଷ- ୯୯୩୮୮୦୨୪୧୨ 

ଲେଖା ସମ୍ପର୍କୀୟ ମତାମତ

ନିରଞ୍ଜନ ସାହୁ, ନଦୂଆଁ କେନ୍ଦୁଝର

03-01-2026 / 20:11:25

ଶୁଭ କରମ ରେ ମଙ୍ଗଳ ପାଈଁ କି ମଙ୍ଗଳା ପୂଜିବା ବିଧି। ଏ ବିଷୟ ରେ ଆଉ ଗୋଟିଏ ପଦ ଯୋଡ଼ିଥିଲେ ଭଲ ହୋଇଥାନ୍ତା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion