ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଶିଶୁ ଦିବସ

ଲେଖା : ଜିତେନ୍ଦ୍ର ଚନ୍ଦ୍ର ସାହୁ

ଏଇ ବଗିଚାର ଫୁଲ କଢ଼ି ତୁମେ
ଫୁଟି ହସୁଅଛ ମହକ ଦେଇ
ମହକାଇ ଦିଅ ସାରା ଜଗତକୁ
ହସି ଉଠିବ ଏ ଭାରତ ଭୂଇଁ ।
ତୁମେ ଅଛ ବୋଲି ମୁଁ ଅଛି ଏଠି
ତୁମ ପାଇଁ ଏଇ ଶରୀର ମୋର
ମାଟିର ପିଣ୍ଡୁଳା ମନଟି ତୁମର
ତୁମ ମନ ପ୍ରିୟ ମୁଁ କାରିଗର ।
ଟିକି ଡେଣା ମେଲି ଉଡ଼ିବ ଦୂରକୁ
ଦେଖିବ ଦୁନିଆଁ କି ମନୋହର
ତୁମେ ସାଜିବ ଟି ଏଇ ଦୁନିଆଁରେ
ମହାନ ନାୟକ କର୍ମର ବୀର ।
ତୁମରି ଆଲୋକେ ଆଲୋକିତ ହେବ
ହଟିବ ଦୁଃଖର ଅମା ଅନ୍ଧାର
ତୁମେ ଟି ହସିଲେ ଏ ବିଶ୍ଵ ହସିବ
ତୁମେ ଭବିଷ୍ୟତ ଶ୍ରେଷ୍ଠ ଆମର ।

ବସୋଇ,ପର୍ଜଙ୍ଗ,ଢେଙ୍କାନାଳ

   ଦୂର ଭାଷ-୯୭୭୬୪୫୪୮୦୦

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion