ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଶୀତକୁ କହିଲି ମୁହିଁ

ଲେଖା : ସୁଶାନ୍ତ କୁମାର ସାମଲ

ଶୀତ ପାଶେ ଯାଇ କହିଲି ତାକୁ ମୁଁ ଭାରି ସ୍ଵାର୍ଥପର ତୁହି,
କାର୍ତ୍ତିକ ଯାଇକି ମାର୍ଗଶୀର ହେଲା ଲୁଚିଥିଲୁ କହ କାହିଁ ?
ପୁଷମାସ ଆଜି ହୋଇଲାଣି ଶେଷ ଆସିଲାଣି ମାଘମାସ,
ଭୟଙ୍କର ଜାଡ଼ କେଉଁଆଡେଗଲା ହୋଇକି ଯାଇଛି ଶେଷ।
ପଙ୍ଖାବିନା କେବେ ରହିହେଉନାହିଁ ଦେହୁ ବହିଯାଏ ଝାଳ,
ପ୍ରକୃତି ରାଣୀର ଫୁଲେଇ ଝିଅ ତୁ କାହିଁକି ଖେଳୁଛୁ ଖେଳ।
ଶୀତ କହେ ତୁମେ ଗଛଲତା କାଟି ଜଙ୍ଗଲ କରୁଛ ନଷ୍ଟ,
ଅଙ୍ଗାରକାମଳ ବଢାଇ ଚାଲିଛ ସେ ପାଇଁ ପାଉଛ କଷ୍ଟ।
ସୂରୁଯ ଦେବତା କ୍ରୋଧ କରିଲେଣି ସବୁତ ବଦଳି ଯିବ,
ବେଳହୁଁ ସତର୍କ ନହୋଇବ ଯଦି ନେଡ଼ିଗୁଡ଼ ବୋହି ଯିବ।
ମୋତେ ଯଦି ତୁମେ ଭଲ ପାଉଅଛ ଜଙ୍ଗଲ ହିଁ ସୃଷ୍ଟି କର,
ଅଙ୍ଗାରକାମଳ ଶୋଷିନେବେ ବୃକ୍ଷ ଗ୍ରୀଷ୍ମ କଷ୍ଟ ହେବ ଦୂର।
ଉତ୍ତର ଦିଗରୁ ପବନ ବହିବ ଆନନ୍ଦେ ଆସିବି ମୁହିଁ,
ପ୍ରକୃତି ମାଆ ମୋ ନାଚିବ ଆନନ୍ଦେ ଫୁଲ ଫଳ ହୃଦେ ବହି।
ଗ୍ରୀଷ୍ମ ବର୍ଷା ଶୀତ ଶରତ ହେମନ୍ତ ବସନ୍ତକୁ ସାଥେ ନେଇ,
ଆ…


ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

04-01-2026 / 23:27:17

ଲେଖା ଭଲହେଇଛି। କିନ୍ତୁ ଏବର୍ଷ ତ ଭଲ ଶୀତ ପଡ଼ିଚି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion