ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନୂଆ ଵରଷ

ଲେଖା : ଡକ୍ଟର ସୁନାମଣି ରାଉତ

ନୂଆ ଵରଷ ଆସିଛି ହେଇ
ପୂରୁଣା ଗଲା ମେଲାଣି ନେଇ
ଲୁଚିଵ ତା`ର ନାଁ
ନୂଆ ଵରଷେ ହସି ଉଠିବ
ତୋଟା ପଡିଆ ଗାଁ।

ଆସରେ ସାଥି ଖୁସିରେ ମାତି
ଭୁଲି ଆମର ଧରମ ଜାତି
ହୋଇବା ସବୁ ଏକ
ଵଇରି ସାଥେ ଲଢେଇ କରି
ରଖିଵା ଦେଶ ଟେକ ।

ମନ ଲଗାଇ ପଢ଼ିବା ପାଠ
ହୋଇବା ଆମେ ବଢିଆ ଚାଟ
ଭଲ ମଣିଷ ହେବା
ଭୋକିଲା ମୁହେଁ ଆହାର ମୁଠେ
ଶୋଷୀକୁ ପାଣି ଦେଵା।

ଆଜି ତ ଆମେ ଛୋଟିଆ କଢ
କାଲିକି ଫୁଟି ହୋଇଵୁ ବଡ଼
ଵିତରି ଦେଵା ବାସ
ନୂଆ ଵରଷେ ମନ ହରଷେ
ଶପଥ ନେଵା ଆସ।

ରାଜାଵଗିଚା,କଟକ-୯
ମୋ-୯୪୩୭୧୯୨୮୯୦

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

12-01-2026 / 18:23:48

ସୁନ୍ଦର ଉପସ୍ଥାପନା। ଭଲଲାଗିଲା। ଧନ୍ୟବାଦ ସାର୍ ।

ସୁବ୍ରତ ମଲିକ, ଭଦ୍ରକ

05-01-2026 / 20:40:33

ଉତ୍ତମ... ❤️❤️❤️

ହରିପ୍ରିୟା ପଟ୍ଟନାୟକ

04-01-2026 / 23:17:51

ସୁନ୍ଦର ଉପଧା ମିଳନ ସହିତ ନୂଆବରଷ ପାଇଁ କବିତା ଭଲହେଇଛି।

ନିରଞ୍ଜନ ସାହୁ

03-01-2026 / 19:52:07

ନୂଆ ବରଷ ରେ ନୂଆ ଭାବନା , ଭରି ଦେଉ ପ୍ରାଣେ ଜାତି ଚେତନା।ଅତି ସୁନ୍ଦର୍।

Mohan Kumar 3

01-01-2026 / 20:10:01

ଖୁବ୍ ସୁନ୍ଦର ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion