ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନୂଆ ବରଷ

ଲେଖା : ହରିହର ଶୁକ୍ଳ

ନୂଆ ବରଷ ତୁ -
ଖୁସି ନହବତ ବଜେଇ ଦେ`
ଅଭାବ କଷଣ ହଜେଇ ଦେ`
ଜନ ମାନସରୁ ଦୁଃଖ ଅମା ଟାଳି
ନିରାଶ ପରାଣେ ଆଶାଦୀପ ଜାଳି
ଧୂଳି ଧୂସରିତ ଧରଣୀ ବୁକୁରେ
ସରଗ ସୁଷମା ସଜେଇ ଦେ`
ସବୁରି ମନକୁ ମଜେଇ ଦେ`।

ନୂଆ ବରଷ ତୁ -
ମମତାର ଫୁଲ ଫୁଟେଇ ଦେ`
ଶରଧା-ସୁବାସ ଛୁଟେଇ ଦେ`
ଜାତି-ଧରମର ଭେଦାଭେଦ ଭାବ
ନ ପାଉ ମଣିଷ ମନତଳେ ଠାବ
ପର- ଆପଣାର ବିଚାରଧାରାକୁ
ସବୁରି ମନରୁ ତୁଟେଇ ଦେ`
ସଭିଙ୍କୁ ଏକାଠି ଜୁଟେଇ ଦେ`।

ନୂଆ ବରଷ ତୁ -
ନୂଆ ବାଟ ଗୋଟେ ବତେଇ ଦେ`
ସେବାରେ ସଭିଙ୍କୁ ମତେଇ ଦେ`
ଶାନ୍ତିର ମଧୁ ସଙ୍ଗୀତ ଗାଇ
ହୁଅନ୍ତୁ ସଭିଏଁ ଆନନ୍ଦରେ ବାଇ
ସତ୍ୟ, ଅହିଂସାକୁ ଆଦରିଛି ଯିଏ
ଅଚିରେ ତାହାକୁ ଜିତେଇ ଦେ`
କାଳ ତା` ସୁଖରେ ବିତେଇ ଦେ`।

ବି-୧୦/୧୪୫,କେନ୍ଦ୍ରୀୟ ବିହାର
ତମାଣ୍ଡୋ,ଭୁବନେଶ୍ଵର-୨୮
ଫୋ:୯୮୬୮୮୦୫୯୯୬

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

12-01-2026 / 18:53:51

ନୂଆ ଧାରାର କବିତାଟି ଭଲଲାଗିଲା। ଧନ୍ୟବାଦ।

ହରିପ୍ରିୟା ପଟ୍ଟନାୟକ

03-01-2026 / 10:11:59

ବହୁତ ସୁନ୍ଦର ହେଇଛି କବିତାଟି।

Mohan Kumar swain

01-01-2026 / 20:02:21

ଖୁବ୍ ସୁନ୍ଦର ଲାଗିଲା କବିତା ଟି

ଡକ୍ଟର ସୁନାମଣି ରାଉତ

01-01-2026 / 13:50:31

ସୁନ୍ଦର ଓ ଶିକ୍ଷଣୀୟ କବିତା !! ଧନ୍ୟବାଦ କବି ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion