ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଦେହକୁ ହିତ ସକାଳ ବୁଲା

ଲେଖା : ସୁଜିତ କୁମାର ମିଶ୍ର

ଦେହକୁ ହିତ ସକାଳ ବୁଲା
ଭୁଲନି ପିଲାମାନେ,
ଅଭ୍ୟାସ କଲେ ଜୀବନ ହେବ
ନୀରୋଗ ପ୍ରତିକ୍ଷଣେ ।

ସକାଳେ ବେଳା ପବନେ ଥାଏ
ଶୁଦ୍ଧ ଅମଳଜାନ,
ଶକତି ମିଳେ ଅମାପ ସେଠୁ
ଜାଣ ଯେ ରାତିଦିନ ।

ମନ ସତେଜ ରହେ ଦିନଟି
ବୁଲି ଆସିଲେ ଥରେ,
ମନ୍ଦ ଚିନ୍ତାକୁ ଆମ ଭିତରୁ
ସଅଳ ଦୂର କରେ ।

ସକାଳେ କେତେ କୀଟ ପତଙ୍ଗ
ବୁଲନ୍ତି ମାଳ ମାଳ,
ତାଙ୍କ ପାଇଁ ତ ସେଇ ସମୟ
ଖାଦ୍ୟ ସଂଗ୍ରହ ବେଳ ।

ପବନ ଗାଏ ମଧୁର ଗୀତ
ଖରା ବଜାଏ ବାଜା,
ସକାଳ ବେଳା ସଭିଙ୍କୁ କରେ
ମନ ରାଇଜ ରାଜା ।

ତୁମକୁ ପିଲେ ସକାଳ ବେଳା
ଫୁଲ ପରିକା ଗଢେ
ସକାଳେ ବୁଲି ପଢିଲେ ଆସି
ସ୍ମରଣ ଶକ୍ତି ବଢେ ।

ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

03-01-2026 / 10:08:12

ଶିଶୁ ଉପଯୋଗୀ କବିତା

Mohan Kumar swain

01-01-2026 / 19:57:51

ଖୁବ୍ ସୁନ୍ଦର ଲାଗିଲା କବିତା ଟି

Niranjan pati

01-01-2026 / 13:43:12

Badhia sishu upajogi kabita.. avinandana

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion