ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବଣ ଭୋଜି

ଲେଖା : ଡକ୍ଟର ରଘୁନାଥ ସାହୁ

ନୂଆ ବରଷ ଆସିଲା
ପାହାଡ ତଳିରେ ବଣ ଜଙ୍ଗଲରେ
ଚିକେନ କଷା ଚାଲିଲା
ନାଚ ଗୀତ ଜମୁଥିଲା
ଏଇ ଖବରକୁ ଚତୁର ବିଲୁଆ
ସିଂହ ରଜାକୁ କହିଲା
ସିଂହ ରଜା ହସିଦେଲା
ମୋ ରାଇଜ ପ୍ରଜା ଭୋଜିଟେ କରିବେ
ବଣେ ଡୁଙ୍ଗୁରା ବାଜିଲା ll

ରଜା ଆଦେଶ ପାଳିଲେ
ଜଙ୍ଗଲ ରାଇଜେ ଯେତେ ପଶୁ ପକ୍ଷୀ
ସଭିଏଁ ଏକାଠି ହେଲେ
ଭାତ ତିଅଣ ରାନ୍ଧିଲେ
ହନୁ ଓ ଗଧିଆ ଢୋଲ ବଜେଇଲେ
କୋଇଲି ଗୀତ ଗାଇଲେ
ମୟୁର ଭାଲୁ ନାଚିଲେ
ହାତୀ ଥିଲା ଥିଲା କବିତା ପଢିଲା
ସମସ୍ତେ ତାଳି ମାଇଲେ ll

ପିଢ଼ା ପତର ପଡିଲା
ବଢ଼ାବଢ଼ି ବେଳେ ପୁଷି ମାଉସୀର
ପାଟିରୁ ଲାଳ ଗଡ଼ିଲା
ମାଛ ଲୁଚେଇ ଖାଇଲା
ଦରୁଆନ ବୁଢା ମୂଷା ଜଗିଥିଲା
ପୁଷିକି ପାହାରେ ଦେଲା
ସିଂହ ରଜା ରଡି କଲା
ଶୃଙ୍ଖଳା ଭାଙ୍ଗିଲେ ଖାଇବା ବନ୍ଦ
ପୁଷି କାନ ମୋଡି ହେଲା
ସଭା ଶାନ୍ତ ପଡିଗଲା
ବଣ ଭୋଜି ମଜା ହେଲା ll

9439665367

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

03-01-2026 / 10:04:20

ଭଲହେଇଛି କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion