ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସ୍ବାଗତଂ ନୂଆ ବର୍ଷ

ଲେଖା : ଜୟକୃଷ୍ଣ ସାହୁ

ନୂଆ ଵରଷରେ ନୂଆ ସକାଳର
ଚୁନା ଚୁନା ସୁନା ଖରା
କାକର ଟୋପାରେ ମୁକୁତା ତିଆରି
ଵାଣ୍ଟଇ ମୂଲକ ସାରା
ହେ ନୂଆ ବରଷ ଆସ,
ସେ ମୁକୁତା ହାର ଶ୍ରେଷ୍ଠ ଉପହାର
ନେଇ ମନ କର ତୋଷ।
ତୁମରି ନାଆଁରେ ଗୋଟିଏ ବରଷ
ଶାସନ ଚାଲିବ ଏଠି
ତୁମେ ଭରିଦେବ ସଭିଙ୍କ ହୃଦୟେ
ସୁଖ ଶାନ୍ତି ଭକ୍ତି ପ୍ରୀତି
ପାଦ ଥାପି ଆସ ଥରେ,
ସେଇ ଶୁଭଦିନ ଆସୁଅଛି ଏଇ
ଜାନୁଆରୀ ପହିଲାରେ।
ଖାତାଖାତିଆନା କ୍ୟାଲେଣ୍ଡର ପାଞ୍ଜି
ତୁମ ନାମେ ହେଵ ଲେଖା
ପଚିଶି ଜାଗାରେ ଛବିଶ ବସିଲେ
ତୁମ ସଙ୍ଗେ ହେଵ ଦେଖା
ଲେଖି ଆମେ ହେବୁ ଖୁସି,
ତୁମ ଆଶୀର୍ବାଦେ ସୁଖର ସପନ
ଆମେ ଦେଖୁଥିବୁ ବସି
ସ୍ବାଗତଂ ନୂଆ ବର୍ଷ,
ପଚିଶ ଏଠାରୁ ବିଦାୟ ନେଉଛି
ସହଳ ସହଳ ଆସ।

କପିଳ ପ୍ରସାଦ, ଭୁବନେଶ୍ୱର-୨

ମୋ-୯୯୩୭୦୯୨୩୯୭.

ଲେଖା ସମ୍ପର୍କୀୟ ମତାମତ

ଅଶୋକ କୁମାର ସେଠୀ

03-01-2026 / 21:31:18

ଭଲ ଲାଗିଲା

Nirupama kabi

02-01-2026 / 22:02:25

ମନ ଛୁଆଁ

Mohan Kumar swain

01-01-2026 / 19:47:25

ଖୁବ୍ ସୁନ୍ଦର ଲାଗିଲା

ହରିପ୍ରିୟା ପଟ୍ଟନାୟକ

01-01-2026 / 19:02:41

ନୂଆବର୍ଷକୁ ମଧୁର ସମ୍ଭାଷଣ ଭଲ ହେଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion