ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

କରିଦିଅ ମୋତେ......

ଲେଖା : ଧ୍ରୁବ ଚରଣ ଘିବେଲା

କରିଦିଅ ମୋତେ ଫୁଲଟିଏ ପ୍ରଭୁ
ଗଛେ ଫୁଟି ହସୁଥିବି
ବାସରେ ବତୁରି ବାସନା ବିତରି
ହସିହସି ରହିଥିବି I
କରିଦିଅ ମୋତେ ଫୁଲଟିଏ ପ୍ରଭୁ
ତୁମ ଚରଣ ଛୁଉଁଥିବି
ଧନ୍ୟ ହେବ ମୋର ଫୁଲ ଜନମ
କେତେ ପୁଣ୍ୟ ଅରଜିବି I
କରିଦିଅ ମୋତେ ଦୀପଟିଏ ପ୍ରଭୁ
ବିତରୁଥିବି ଆଲୋକ
ଆଲୋକ ବିତରି ସଦା ଖୁସି ରହି
ଧନ୍ୟ ମଣିବି ମୁଁ ନିତ୍ୟ I
କରିଦିଅ ମୋତେ ଦୀପଟିଏ ପ୍ରଭୁ
(ତୁମ)ପାଦତଳେ ରହିଥିବି
ସୁନ୍ଦର ଆଲୋକେ ଝଟକିବ ନିତି
ଖୁସି ତହିଁରେ ଲଭିବି I

ବଉଦରାଜ , ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion