ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବିଲୁଆ ହେଉଛି ବାହା

ଲେଖା : ଧନଞ୍ଜୟ ସ୍ୱାଇଁ

ଟପର ଟପର ବରଷା ଝଡି
ବିଜୁଳି ମାରଇ ଘଡିକି ଘଡି
ଆସିଲାଣି ମେଘରଜା,
ଦିଶୁନି କାହିଁ ଖରାର ତେଜ
ବଜାରେ ବାଇଦ ବଜା(ଏକ)
ଚବର ଚବର ବିଲରେ ପାଣି
ମୂଷା ଅଳସୁଆ ବିଲେଇ କାଣି
ବିଲୁଆ ହେଉଛି ବାହା,
ଭାଳୁଆ ଦେଉଛି ପତର ଦନାରେ
ବର ଯାତିରିଙ୍କୁ ଚାହା (ଦୁଇ)
କଟର କଟର କଟର କେଁ
ବେଙ୍ଗ ଓ ବେଙ୍ଗୁଲି ନାଚିଲେଦୁହେଁ
ବରଷାରେ ଭିଜି ଭିଜି,
ଝଡି ପୋକ ସବୁ ଖାଇଲେ ଅଧେ
ଅଧେ ରଖିଲେ ଭାଜି (ତିନି)
ପଚର ପଚର ପାଣି କାଦୁଅ
ଦିଶୁନି ଜମାରୁ ମୁହଁକୁ ମୁହଁ
ଭିଜିଲା ପିଠି ଓ ଦେହ,
ଛତାକୁ ଦେଖି ପଖିଆ କୁହେ
ତୁ ଟା ମୋପରି ନୁହଁ (ଚାରି)
ଝିପିରି ଝିପିରି ଝରିଲା ମେଘ
ଗରମ ମୁଢ଼ି଼କୁ ମରିଚ ରାଗ
ନଈରେ ନୂଆ ପାଣି,
ହିଡ଼ ତଳେ ଚାଲେ ସାଧବ ବୋହୂଟି
ମଥାରେ ଓଢଣା ଟାଣି (ପାଞ୍ଚ)
ଚିତିରି ମିତିରି ପରଜାପତି
ଧରା ଦିଏ ନାହିଁ ଗଲେ ତା କତି
ପିଜୁଳି ଓ କରମଙ୍ଗା,
ମନ ଭରି ପିଲେ ଖାଇଲେ ଭସେଇ
ଖୁସିରେ କାଗଜଡ଼ଙ୍ଗା(ଛଅ)

ମୋ-9437000636.

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

12-01-2026 / 18:33:51

ଭଲଲାଗିଲା ।

ସୁବ୍ରତ ମଲିକ, ଭଦ୍ରକ

05-01-2026 / 20:25:40

ଭଲ ଲାଗିଲା

ଅଶୋକ କୁମାର ସଠୀ

03-01-2026 / 21:30:14

ବହୁତ ଭଲ ଲାଗିଲା

Nirupama kabi

02-01-2026 / 21:57:21

ବଢ଼ିଆ ହୋଇଛି କବିତା ଟି

ମୋହନ କୁମାର ସ୍ୱାଇଁ

01-01-2026 / 19:45:47

ଖୁବ୍ ସୁନ୍ଦର ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion