ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆସିଛି ଆଜି ହୋଲି

ଲେଖା : ହଂସନାଥ ମୁଦୁଲି

ହୋଲି ଆସିଛି
ହୋଲି ଆସିଛି
ଆସିଛି ଆଜି ହୋଲି।
ହସ ଆଣିଛି
ଖୁସି ଆଣିଛି
ଆଣିଛି ରଙ୍ଗ ଡୋଲି। (0)

ଏଇ ଦୁନିଆ କରେ ଛାନିଆ
ଜୀବନ ଲାଗେ ହିନିମାନିଆ
କାହିଁକିନା
ସବୁଠି କାମ ନାହିଁ ବିଶ୍ରାମ
ହୁଏନା ଟିକେ ହଲି
ସେ ଯାତନାରୁ ମୁକତି ପାଇଁ
କା ମନ ଗଲା ଚହଲି
ଦେଖ ତ ଭାଇ ଫଗୁଣ ଆସି
ରଙ୍ଗ ତ ଦେଲା ବୋଳି
ଆସିଛି ଆଜି ହୋଲି। (1)

ଗଛ ପତ୍ରରେ ସବୁଜ ରଙ୍ଗ
ଫୁଲ ସତେ କି ଖାଇଛି ଭାଙ୍ଗ
କାହିଁକିନା
ନାଚୁଛି ସିଏ ଥେଇକି ଥେଇ
ନଡରି ମଧୁପରେ
ସବୁ ଯାତନା ଯାଏ ବା ଭୁଲି
ଆଜି ଏ ଅବସରେ
ଦେଖ ତ ଭାଇ କୋଇଲି ଆସି
ସୁର ତ ଦିଏ ଢାଳି
ଆସିଛି ଆଜି ହୋଲି। (2)

ଖଣ୍ଡଗିରି (ଡୁମଡୁମା-କ)
ଭୁବନେଶ୍ବର-751030
ମୋ – 9777958719

ଲେଖା ସମ୍ପର୍କୀୟ ମତାମତ

Mohan Kumar swain

11-02-2026 / 19:04:19

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion