ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଫୁଲ ହସେ ସକାଳକୁ

ଲେଖା : ଧ୍ରୁବ ଚରଣ ଘିବେଲା

ଫୁଲ ହସେ ସକାଳକୁ
ସୂରୁଯ ହସିଲେ
ଝଲସେ ପୁଣି ସକାଳ
କିରଣ ମାଖିଲେ I
ସକାଳର ଆଲୁଅରେ
ଫୁଲ ବାଢ଼େ ହସ
ଆଲୁଅ ପାଇଁକି ଫୁଲ
ସୁନ୍ଦର ସରସ I
ରଙ୍ଗ ମାଖି ଫୁଲ ଆଭା
ଶୋଭା ଦର୍ଶନୀୟ
କେଉଁ ବିହୀ ରଙ୍ଗେଇଲା
କରି ଲୋଭନୀୟ I
ରଙ୍ଗ ମହକ ଚମକ
ଫୁଲର ଅନନ୍ୟ
ଫୁଲ ବାସ ଛୁଟୁଥିଲେ
ଫୁଲ ଅନୁପମ I
ହେମନ୍ତ ଶିଶିର ଛୁଆଁ
କରେ ଆନମନା 
ବିନ୍ଦୁ ବିନ୍ଦୁ ଶିଶିରରେ
ଭିଜେ ଫୁଲ ସିନା I
କହିପାରେ ନାହିଁ ଫୁଲ
ମୁହଁ ଖୋଲି କେବେ
ଫୁଲ ନୀରବତା ଭାଷା
ପ୍ରଜାପତି ବୁଝେ I
ସେଥିପାଇଁ ପ୍ରଜାପତି
ଥାଏ ଫୁଲ କତି 
ଫୁଲ ବାସ ବାସନାରେ
ବଳାଇ ତା` ମତି I


ମୋ.9437478466

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion