ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କୁନା ଖଡ଼ି ଛୁଆଁ

ଲେଖା : ଜିତେନ୍ଦ୍ର ଚନ୍ଦ୍ର ସାହୁ

ପାଖେଇ ଆସିଲା ସରସ୍ଵତୀ ପୂଜା
ସଜବାଜ କୁନା ପାଇଁ
ଖଡ଼ି ଛୁଆଁ ହେବ ଏଥର ପୂଜାରେ
ବିଦ୍ୟାଳୟ ଯିବା ପାଇଁ ।୧।
ବାପା ଆଣିଛନ୍ତି ନୂଆ ଜାମା ତାର
;କରୁଅଛି ଝିଲିମିଲି
ଦେଖି ସବୁ କୁନା ମନ ତା ଉଚ୍ଛନ୍ନ
;ହସୁଅଛି ଖିଲି ଖିଲି ।୨।
ମାଆ ରଖିଛନ୍ତି ଉଖୁଡ଼ା ନଡ଼ିଆ
   ଧୂପ ଦୀପକୁ ସଜାଡ଼ି
ଜେଜେ ଆଣିଛନ୍ତି ବଜାର ଛକରୁ
ସିଲଟ କଲମ ଖଡ଼ି ।୩।
ଜେଜେମା ତିଆରି କରିଅଛି ଲଡୁ
ରଖିଛନ୍ତି ଗଣି ଗଣି
ଦାଦା ଆଣିଛନ୍ତି ଅନେକ ଖେଳନା
ସିଲଟ ରଖିବା ମୁଣି ।୪।
ଖୁଡ଼ି ରଖିଛନ୍ତି ରଙ୍ଗ ବେରଙ୍ଗର
ଦେବେ ଖଡ଼ି ଛୁଆଁ ଖଡ଼ି
ଅପା ତୋଳି ଦେଲା ଜାତି ଜାତି ଫୁଲ
ଥିଲା ସଙ୍ଗେ ଫୁଲ କଢି ।୫। 
ରାତି ପାହିଗଲା ଶ୍ରୀପଞ୍ଚମୀ ହେଲା
ଜେଜେ ସଙ୍ଗେ କୁନା ଗଲା
ମୁଣ୍ଡୁଳା ବୁଲେଇ ଖଡ଼ି ଛୁଇଁ ଦେଲା
ଖଡ଼ି ଛୁଆଁ ଟି ସରିଲା ।୬।
ମୁଣ୍ଡିଆ ମାରିଲା ପୁଷ୍ପାଞ୍ଜଳୀ ଦେଲା
ପ୍ରସାଦ କୁ ଦେଲା ଖାଇ
ଖଡ଼ି ଛୁଆଁ କଥା ସବୁ କହିଗଲା
ଜେଜେମା ପାଖରେ ଯାଇ ।୭।


ଦୂର ଭାଷ-୯୭୭୬୪୫୪୮୦୦

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion