ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସୀବନୀ (ଛୁଞ୍ଚି )

ଲେଖା : ଦୀନବନ୍ଧୁ ପୋଇ

ନର ଦେଖେ ତା ଆଖିରେ
ଛୋଟ ସିନା ମୋତେ
ମୋ ଦେଇ ସେ ବଡ କାମ
କରଇ ଯେ କେତେ ?
ଅତି କ୍ଷୁଦ୍ର ଦେହ ମୋର
ନାମ ମୋର ଛୁଞ୍ଚି
ପୋଷାକ ଗଢଇ ନର
ମୋତେ କଳେ କେଞ୍ଚି । ।
ପିନ୍ଧି ସୁନ୍ଦର ଦିଶଇ
ମୋ ପାଇଁ ମଣିଷ
ଲଜ୍ୟା ନିବାରଣ କରି
ଜୀବ ରେ ସରସ । ।
ଗୁନ୍ଥି ବାକୁ ଫୁଲ ହାର
ମାଳୀ ଲୋଡ଼େ ମୋତେ
ନ ଥିଲେ ମୁଁ ସଂସାରରେ
ଭକତେ ନ ଥାଆନ୍ତେ ॥
ଛୁଞ୍ଚି ଛୋଟ ବସ୍ତୁ ଆହା
କେଡେ ତା`ର କାମ
ମାଳୀ, ଦରଜି, ଡାକ୍ତର
ଜାଣନ୍ତି ତା` ଦଅମ ॥
ଛୁଞ୍ଚି ପାଇଁ ଡାକତର
ବିଶ୍ଵରେ ପ୍ରସିଦ୍ଧ
ଖଣ୍ଡ ଖଣ୍ଡଶରୀରକୁ
ଯୋଡିବାରେ ସିଦ୍ଧ ॥
ଛୋଟ ମଧ୍ୟେ ବଡ କାମ
ବିଜ୍ଞଙ୍କୁ ତ ଜଣା
ଛୋଟ ବୋଲି କାହାକୁ ହେ
ନ କର ଯେ ଘୃଣା । ।

ଦୂରଭାଷ-୯୯୩୮୮୦୨୪୧୨  

ଲେଖା ସମ୍ପର୍କୀୟ ମତାମତ

Bhagirathi majhi

01-03-2026 / 14:40:32

Very nice poem. Ati sikhaniya lekha.kabinkara prati kabita ati uchamanar. Thanks to him.

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion