ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଶୀତ ସକାଳ ଭାରି ହେମାଳ

ଲେଖା : ଶରତ କୁମାରୀ ସ୍ଵାଇଁ

ପରଜାପତି ଟା ଉଡି ଉଡିକା
- ଉଡ଼ି ଉଡ଼ି କା
ଡେଣା ଦୁଇଟାକୁ ଝାଡି ଝାଡିକା
- ଝାଡି ଝାଡିକା
ଫୁଲରେ ଵୁଲି ପବନେ ଝୁଲି
ମିଠା ମହୁ ସବୁ ପିଇତ ଯାଉଛି
ଟିକି ଶୁଣ୍ଢେ ତାର କାଢି କାଢିକା
- କାଢି କାଢିକା।୧।
ବଉଦ ଯାଉଛି ଭାସି ଭାସିକା
- ଭାସି ଭାସିକା
ନାଲିଆ ସୂରୁଯ ହସି ହସିକା
- ହସି ହସିକା
ଆକାଶ ଦେଶେ ବଢ଼ିଆ ଦିଶେ
ସୁନେଲି ଖରାରେ ରଙ୍ଗ ବେରଙ୍ଗର
ଫୁଲ ଫୁଟୁଥାନ୍ତି ଵାସି ବାସିକା
ବାସି ଵାସିକା।୧ ।
ଧୂଆଁ ଛାଡି ଗାଡି ଗଡି ଗଡିକା
- ଗଡି ଗଡିକା
ଆଗକୁ ଯାଉଛି ମାଡି ମାଡିକା
- ମାଡି ମାଡିକା
ପଵନେ ଵିଷ ନେଲେ ନିଶ୍ଵାସ
ଭଲ ମଣିଷ ଟା ରୋଗଣା ହେଉଛି
ଜୀଵନ ଯାଉଛି ଛାଡି ଛାଡିକା
- ଛାଡି ଛାଡିକା।୩ ।
ନାକ ସୁଡୁ ସୁଡୁ ଛିଙ୍କି ଛିଙ୍କିକା
- ଛିଙ୍କି ଛିଙ୍କିକା
ନାଲି ବେଲୁନ୍ କୁ ଫୁଙ୍କି ଫୁଙ୍କିକା
- ଫୁଙ୍କି ଫୁଙ୍କିକା
ଶୀତ ସକାଳ ଭାରି ହେମାଳ ଖୁଜୁବୁଜି ଝିଅ ଧାଇଁ ବୁଲୁ ଥାଏ
ଗରମ ପୋଷାକ ଢାଙ୍କି ଢାଙ୍କିକା
- ଢାଙ୍କି ଢାଙ୍କିକା।୪ ।

ଫୋନ୍ -୯୯୩୭୫୯୨୭୩୯

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion