ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୬ , ତୃତୀୟ ବର୍ଷ ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଖାଇବାରୁ ଉଠି ଗଲି

ଲେଖା : ଡକ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ

ମାଣ୍ଡିଆ ଚକୁଳି ବୋଉ କରିଥିଲା
ହସିହସି ଖାଉଥିଲି
ଏଇ ଚକୁଳିରେ ଅଛି ଏତେ ଗୁଣ
ମନେମନେ ଗାଉଥିଲି.
ଖାଇ ଦେଲି ବସି ଚାରିଟା ସେଥିରୁ
ଗରମଗରମ ଥିଲା
ଆଉରି ଦୁଇଟା ଖାଇବାପାଇଁ କି
ମନ ମୋର ଡାକୁଥିଲା.
ଅଧିକ ଖାଇଲେ ମୋଡ଼ି ହେବ ପେଟ
କେହି ତ ବୁଝିବେ ନାହିଁ
ଛିଗୁଲେଇ କରି କହିବେ କେତେ ଯେ
ଖାଉଥିଲୁ ଏତେ କାହିଁ?
ମନର ବାସନା ମନେ ଚାପି ଦେଇ
ଖାଇବାରୁ ଉଠିଗଲି
ଲୋଭ କରିଥିଲେ ଯାତନା ଅନେକ
ପାଇଥାନ୍ତି ଜାଣିଗଲି.

ଭ୍ରାମ୍ୟଭାଷ :6372915418

ଲେଖା ସମ୍ପର୍କୀୟ ମତାମତ

Sanjukta parichha

08-04-2026 / 10:51:12

ସୁନ୍ଦର, ଶିକ୍ଷଣୀୟ ଲେଖା।

ହରିପ୍ରିୟା ପଟ୍ଟନାୟକ

01-04-2026 / 22:41:48

ଭଲଲାଗିଲା କବିତା।ପିଲାମାନେ ନିଶ୍ଚୟ ଉପଭୋଗ କରିବେ।

ଦୀନବନ୍ଧୁ ପୋଇ

01-04-2026 / 15:21:14

ସୁନ୍ଦର ବାର୍ତ୍ତା , ଲୋଭ ରଖିଲେ , ପେଟ ଖରାପ, , ଶିକ୍ଷଣୀୟ

ବୃନ୍ଦାବନ କୁମ୍ଭାର

01-04-2026 / 13:49:22

ଅତି ସୁନ୍ଦର

ଜୟକୃଷ୍ଣ ସାହୁ

01-04-2026 / 13:41:23

ମାଣ୍ଡିଆ ଚକୁଳି ଖାଇଵାକୁ ଵହୁତ ଭଲଲାଗିଲା। ଲକ୍ଷ୍ମୀକାନ୍ତକୁ ଵହୁତ ଵହୁତ ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion