ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନ ପାରିବି ତା ` ଙ୍କୁ ଭୁଲି

ଲେଖା : ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ

ମୋ ଗାଆଁ ମୋ ପାଇଁ କେତେଯେ ସୁନ୍ଦର
ମୋ ମାଆ ର ଭାଷା କେତେଯେ ମଧୁର
ନ ପାରିବି ତା ` ଙ୍କୁ ଭୁଲି,
ପିଲାବେଳୁ ମୁହିଁ ଯେଉଁଠି ବଢ଼ିଛି
( ଯା` ) ଛାତିରେ ଶିଖିଛି ଚାଲି l ୧ l

ମୋ ଗାଁ ମନ୍ଦିର ମୋର ବିଦ୍ୟାଳୟ
ମୋ ଜୀବନେ ଅଟେ ପୁଣ୍ୟ ଦେବାଳୟ
ଯାହାଙ୍କ ଆଶିଷ ପାଇ,
ପିଲାଟି ଦିନରୁ ଆଗକୁ ଚାଲିଛି
ପଛକୁ ମୁଁ ଚାହିଁ ନାହିଁ l୨ l

ନିତି ସକାଳୁ ମୁଁ ନିତ୍ୟ କର୍ମ ସାରି
ଯାଉଥିଲି ସ୍କୁଲ ନ କରି ମୁଁ ଡେରି
ସାଥୀ ପିଲା ସହ ମିଶି,
ସାରା ଦିନ ସେଠି ପଢ଼ିଛି ଖେଳିଛି
ସମୟ କାଟିଛି ହସି l ୩ l

ଛୁଟି ଦିନ ହେଲେ ମାଆ ଙ୍କ ପାଖରେ
ବହି ଦେଖି ଲେଖିଥିଲି ମୁଁ ଖାତାରେ
ଆଙ୍କୁଥିଲି ବସି ଛବି,
ଛବିରେ ମୁଁ ନାନା ରଙ୍ଗ ଦେଉଥିଲି
ମନରୁ ଯେ ଭାବି ଭାବି l ୪ l

ମୋର ପାଠ ପଢା ଦେଖୁଥିଲେ ମାଆ
ପାଠ ପଢା ଶେସେ କହୁଥିଲେ ଯାଆ
ଯା ` ଧନ ଟିକେ ବୁଲି,
ସାଥୀ ପିଲା ସହ ଦାଣ୍ଡ ରେ ଖେଳିବୁ
ସଞ୍ଜ ରେ ଆସିବୁ ଚାଲି l ୫ l

ଠାକୁର ଙ୍କ ପାଶେ ସଞ୍ଜ ବେଳେ ଯାଇ
ସନ୍ଧ୍ୟା ବତୀ ସହ ଦୀପଟେ ଜଳାଇ
ମାଆ ଙ୍କ ପାଖରେ ବସି,
ପ୍ରାର୍ଥନା କରି ମୁଁ ଗୀତ ଗାଉଥିଲି
(ଶୁଣି) ମାଆ ହେଉଥିଲେ ଖୁସି l ୬ l

ପିଲାଦିନ ମୋର ଯାଇଅଛି ଚାଲି
ସେ ଦିନର କଥା ନ ପାରିବି ଭୁଲି
ମନେ ପଡିଗଲେ ମୋର,
ଖୁସିର ଲୁହ ମୋ ଝରି ଝରି ଆସେ
ଆଖିରୁ ମୋ ଦୁଇ ଧାର l ୭ l

ମୋ – ୭୬୦୯୦୪୪୩୮୩

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion